UGC NET Exam: ଘୋଷଣା ହେଲା ୟୁଜିସି ନିଟ୍ ପରୀକ୍ଷା ତାରିଖ

ୟୁଜିସି ନିଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜାଣନ୍ତୁ କେବେ ହେବ ପରୀକ୍ଷା...

ugc net exam dates nta announced ugc net december 2021 and june 2022 merged cycles schedule

ଘୋଷଣା ହେଲା ନିଟ୍‌ ପରୀକ୍ଷା ତାରିଖ । ଜୁଲାଇ ଓ ଅଗଷ୍ଟ ମାସରେ ପରୀକ୍ଷା ହେବା ନେଇ NTA(National Testing Agency -NTA) ପକ୍ଷରୁ ସୂଚନା ଦିଆଯାଇଛି । ୟୁଜିସି ନିଟ୍‌ ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ NTAର ୱେବସାଇଟକୁ ଯାଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଦେଖିପାରିବେ । 


କେବେ ହେବ ପରୀକ୍ଷା ? ଜାଣନ୍ତୁ ତାରିଖ :-

ଜୁଲାଇ ମାସର ୮,୯,୧୧,୧୨ ତାରିଖ ଏବଂ ଅଗଷ୍ଟ ମାସର ୧୨,୧୩, ୧୪ ତାରିଖରେ 'ୟୁଜିସି ନିନିଟ୍‌ ୨୦୨୨' ପରୀକ୍ଷା ହେବ । ପରୀକ୍ଷା ସମ୍ପର୍କୀତ ପ୍ରତିଟି ଅପଡେଟ୍ ଜାଣିବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ www.nta.ac.in କିମ୍ୱା ugcnet.nta.nicକୁ ଯାଇ ଯାଂଚ କରିପାବାକୁ NTA ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ପରୀକ୍ଷାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ ଥିଲେ ହେଲ୍ପଡେକ୍ସ ନଂ 011 40759000 କୁ ଯେଗାଯୋଗ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ ugcnet@nta.ac.inକୁ ମେଲ୍ ମାଧ୍ୟମରେ ନିଜ ଦ୍ୱନ୍ଦ ବିଷୟରେ   
 

ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦିସ୍ କୁମାର ଟ୍ୱିଟ୍ କରି ଏହି ସୂଚନା ଦେବା ସହ ପ୍ରାର୍ଥୀମାନଙ୍କୁ ପରୀକ୍ଷା ନିମନ୍ତେ ଶୁଭକାମନା ଜଣାଇଛନ୍ତି । 

ସୂଚନା ଅନୁସାରେ, UGC NET ୨୦୨୨ ପାଇଁ ଆବେଦନ ସମୟ ସୀମା ୨୦ ମେ ଥିବାବେଳେ ବର୍ଷକୁ କେବଳ ଦୁଇଥର ହିଁ UGC NET ପରୀକ୍ଷା କରାଯାଏ । କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବା ହେତୁ UGC NET ଜୁନ୍ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଛି । ଫଳରେ ସୁରୁଖୁରୁରେ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଉଭୟ ପରୀକ୍ଷକୁ ଏକ ସମୟରେ କରିବାକୁ ଏନ୍‌ଟିଏ ପୂର୍ବରୁ ନିଷ୍ପତ୍ତି ନେଇଥିଲା ।