Advertisment

ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ୍‌ରେ ପାଚେରି ନାହିଁ...ହେଲେ ୨୩ ପିଲାଙ୍କୁ ୧୩ ଶୌଚାଳୟ

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।

This school has 13 toilets for 23 students, but no boundary wall in Odisha’s Mohana

This school has 13 toilets for 23 students, but no boundary wall in Odisha’s Mohana

Advertisment

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ୨୦୧୩ ମସିହାରୁ ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଛି। ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ। ୨୩ ପିଲାକୁ ୧୩ ଶୌଚାଳୟ କଥା ଯିଏ ଶୁଣୁଛି ସିଏ ତାଜୁବ୍। 

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ମର୍ଚିମା ପ୍ରାଥମିକ ବିଦ୍ୟାଳୟର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏଠି ୨ ଜଣ ପିଲାରେ ଗୋଟିଏ ଶୌଚାଳୟ କହିଲେ ଚଳେ। ପ୍ରଥମରୁ ପଞ୍ଚମ ଯାଏ ପିଲା ପାଠ ପଢୁଛନ୍ତି। ପିଲାଙ୍କୁ ପଢ଼ାଇବା ପାଇଁ ମାତ୍ର ଦୁଇଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି। ହେଲେ ଶୌଚାଳୟ କିନ୍ତୁ ଯାହାକୁ ଯେତେ। 

ଏଠି ଅନାବଶ୍ୟକ ଭାବେ ଶୌଚାଳୟ ସିନା ତିଆରି ହୋଇଛି କିନ୍ତୁ ଯାହା ଆବଶ୍ୟକ ତାହା ନାହିଁ। ୩୨୬ ନଂ ଜାତୀୟ ରାଜପଥ କଡ଼ରେ ଏହି ବିଦ୍ୟାଳୟ ୨୦୧୩ ମସିହାରୁ ତିଆରି ହେଲାଣି। NH ପାର୍ଶ୍ୱରେ ହୋଇଥିବାରୁ ଏ ରାସ୍ତା ଦେଇ ନିଇତି ଯେ ବଡ଼ବଡ଼ ଗାଡିମୋଟର ଯାଉଥିବ, ଏଥିରେ ସନ୍ଦେହ ନାହିଁ।

Advertisment

ହେଲେ କୁନିକୁନି ପିଲାଙ୍କ ସୁରକ୍ଷା ପାଇଁ ଆଜି ଯାଏ ପାଚେରି ନିର୍ମାଣ ହୋଇପାରିନି। ଗାଡ଼ିମୋଟର ଯା’ଆସ କରୁଛି। ପିଲାମାନେ ସେଇ ଖୋଲାମେଲା ସ୍କୁଲ୍ ପରିସରରେ ଖେଳୁଛନ୍ତି। ବାରମ୍ବାର ପ୍ରଶାସନକୁ ସ୍କୁଲ୍ ପକ୍ଷରୁ ଜଣା ହୋଇଥିଲେ ବି ଆଜି ଯାଏ ଏ ସ୍କୁଲ୍ ପାଚେରି ନିର୍ମାଣ ହୋଇପାରିଲାନି। ଯାହାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ