Advertisment

ପିଲାମାନଙ୍କ ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱ

ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍‌ବି କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

The importance of education in the moral and intellectual development of children

The importance of education in the moral and intellectual development of children

Advertisment

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲି ୟୁନିଟ୍‌ ୮ ସ୍ଥିତ ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍‌ବି (spellBee) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ୍ ୟୁନିଭର୍ସିଟିର ପ୍ରଫେସର ଡା. ଶିବ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍କୁଲ ପ୍ରିନ୍ସପାଲ ଶରଣୀ ପଙ୍ଗୁରୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱ କିପରି ହୋଇପାରିବ ତାହା ପିଲାମାନଙ୍କୁ ବୁଝାଇଥିଲେ।

Advertisment

ସେହିପରି ବିଦ୍ୟାଳୟ ଅଧ୍ୟକ୍ଷା ଟି ଶ୍ରୀଦେବୀ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ସ୍ପେଲ୍‌ବି ପରି କାର୍ଯ୍ୟକ୍ରମ ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଏକ ପୃଷ୍ଠଭୂମି ।

The importance of education in the moral and intellectual development of childrenପିଲାମାନଙ୍କ ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱ

ବିଗତ ୨ ବର୍ଷ ଧରି କୋଭିଡ୍-୧୯ର ପ୍ରଭାବରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଉପସ୍ଥାପନା ସମ୍ପୂର୍ଣ୍ଣଭାବେ କରିପାରୁ ନାହାନ୍ତି । ତେଣୁ ଏପରି ଏକ କାର୍ଯ୍ୟକ୍ରମର ସୁଯୋଗ ପାଇ ପିଲାମାନେ ବେଶ ଉତ୍ସାହିତ ଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସହ ସ୍କୁଲ୍‌ରେ ହୋଇଥିବା କିଛି ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲ୍‌ର ଡିଜିଏମ୍ ଶ୍ରୀନିବାସ ପୁରସ୍କୃତ କରିଥିଲେ ।

Advertisment

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଜ୍ଞା ରାୟ ଓ ସୋନିଆ ଚୌଧୁରୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୋନିକା ଟୋନଲ।

Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ