Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା,୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ

ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।

Tension Erupts In Berhampur University

Tension Erupts In Berhampur University

Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଏପରିକି ଛାତ୍ରମାନେ ଏନେଇ ଆଲୋଚନା କରିବାକୁ ଚାହିଁଥିଲେ ବି କର୍ତ୍ତୃପକ୍ଷ ରାଜି ହୋଇନଥିଲେ। ଫଳରେ ପିଜି କାଉନସିଲ୍ ଗେଟ୍‌ରେ ତାଲା ପକାଇ ଛାତ୍ରମାନେ ପ୍ରତିବାଦ କରିଥିଲେ। 

Advertisment

ଗେଟ୍ ଆଗରେ ଛାତ୍ରମାନେ ହୋହଲ୍ଲା କରିବାରୁ ପିଜି କାଉନସିଲ ଚେୟାରମ୍ୟାନ୍ ଆସି ଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଭିସିଙ୍କ ସହ ଆଲୋଚନା କରି ଛାତ୍ରଙ୍କ ପରୀକ୍ଷା ନେଇ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେବା ପରେ ଉତ୍ତେଜନା ଥମିଥିଲା।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ବିଭାଗର ଜଣେ ପ୍ରଫେସର ଜଣେ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା। ଏହାପରେ ୨ ଜଣ ଛାତ୍ର ସମ୍ପୃକ୍ତ ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଧ୍ୟାପକ ଅଭିଯୋଗ କରିଥିଲେ। ଦୁଇ ଘଟଣାରେ ୨ ଜଣ ଛାତ୍ର  ଏବଂ ପ୍ରଫେସର ଗିରଫ ହୋଇଥିଲେ। 

Advertisment

ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟର ଶୃଙ୍ଖଳାଗତ କମିଟି ସେହି ଛାତ୍ରଙ୍କୁ କ୍ୟାମ୍ପସ ଆସିବାକୁ ବାରଣ କରିଥିଲା। ତେବେ ପ୍ରଫେସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି।  ସେପଟେ ପିଜି କାଉନସିଲ ଚେୟାରମ୍ୟାନ କହିଛନ୍ତି, ଆଜି ଶୃଙ୍ଖଳାଗତ କମିଟି ବସି ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବାବଦରେ ଆଲୋଚନା କରାଯିବ।  

Berhampur University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ