Advertisment

ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା

ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।

plus two exam

plus two exam

Advertisment

୨୦୨୪ ନିର୍ବାଚନର ବର୍ଷ। ସେହି ସମୟରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇ ଆସୁଥିବାରୁ ଆସନ୍ତା ବର୍ଷ ଫେବ୍ରୁଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି CHSE କର୍ତ୍ତୃପକ୍ଷ। ବଡ଼କଥା ହେଲା ୬ ମାସ ଆଗରୁ ପରୀକ୍ଷା ତାରିଖ ଘୋଷଣା ହୋଇଥିବାରୁ ପରୀକ୍ଷାର୍ଥୀ ଖୁସି। ତେବେ CHSE ଶୃଙ୍ଖଳିତ ପରୀକ୍ଷା ନେଇ ଯୋଜନା କରୁଥିବାବେଳେ କେଁ ପୁରାଇଛନ୍ତି ଆନ୍ଦୋଳନରେ ବସିଥିବା ଅଧ୍ୟାପକ। ଦାବି ପୂରଣ ନହେଲେ ନିର୍ବାଚନୀ ବର୍ଷରେ ପରୀକ୍ଷା ବର୍ଜନ କରିବେ ବୋଲି ଏବେଠାରୁ ଚେତାବନୀ ଦେଲେଣି।

Advertisment

ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି। ପ୍ରଥମଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୬ ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରି ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱ ଦୂର କରିଛି। ପ୍ରତି ବର୍ଷ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସାଧାରଣ ନିର୍ବାଚନ ଲାଗି ଆସନ୍ତା ବର୍ଷ ଆଗୁଆ ଭାବେ ଫେବୃଆରୀରେ ପରୀକ୍ଷା ହେବ। ପରିଷଦର କହିବା ଅନୁଯାୟୀ ସିବିଏସ୍ଇ ଭଳି ଠିକ୍ ସମୟରେ ପରୀକ୍ଷା କରି ରେଜଲ୍ଟ ପ୍ରକାଶନ ଉଦ୍ଦେଶ୍ୟରେ ପରିଷଦ ଏହି ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ବେଶ ଉପକୃତ ହେବେ।

ଆଗୁଆ ତାରିଖ ଘୋଷଣା ଦ୍ୱାରା ପ୍ରସ୍ତୁତି ପାଇଁ ପରୀକ୍ଷାର୍ଥୀଙ୍କ ହାତରେ ଯଥେଷ୍ଟ ସମୟ ରହିଛି। ଏବେଠାରୁ ଦିନକୁ କେତେ ସମୟ କେଉଁ ବିଷୟକୁ ଦେବେ।ସେଥିପାଇଁ ସମୟ ସାରଣୀ ତିଆରି କଲେଣି। ତେବେ ପରୀକ୍ଷା ପ୍ରଣାଳୀ ଘୋଷଣା ହୋଇନଥିବାରୁ ପିଲାଙ୍କ ଭିତରେ ସାମାନ୍ୟ ଦ୍ୱନ୍ଦ୍ୱ ବି ଦେଖାଦେଉଛି। ଅନ୍ୟପଟେ ଅଧ୍ୟାପକ ସଂଘ କିନ୍ତୁ ପରୀକ୍ଷା ତାରିଖକୁ ନେଇ ପୁରା ଖପ୍ପା। ସଂଘର ଯୁକ୍ତି ପରିଷଦ ୬ ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରୁଛି।

Advertisment

କିନ୍ତୁ ୬ ମାସ ହେବ ଅଧ୍ୟାପକମାନେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଥିଲେ ବି ସରକାର ଦାବି ଶୁଣୁ ନାହାନ୍ତି। ଏଥର ସରକାର ସଂଘକୁ ପ୍ରତିଶ୍ରୁତି ଦେଇ ପରୀକ୍ଷା କରାଇନେଲେ। କିନ୍ତୁ ଦାବି ପୂରଣ ନହେଲେ ଆସନ୍ତା ବର୍ଷ ପରୀକ୍ଷାରେ ସହଯୋଗ କରିବାର ପ୍ରଶ୍ନ ଉଠୁନି ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଅଧ୍ୟାପକ। ନିର୍ବାଚନୀ ବର୍ଷରେ ପରୀକ୍ଷା ପରିଚାଳନା ସିଏଚ୍ଏସ୍ଇ ପାଇଁ ଚାଲେଞ୍ଜ। ଅପରପକ୍ଷେ ଅସନ୍ତୁଷ୍ଟ ଅଧ୍ୟାପକଙ୍କୁ ଏବେଠୁ ନ ମନାଇଲେ ହୁଏତ ଏହା ପରୀକ୍ଷା ପରିଚାଳନାରେ ବାଧକ ହୋଇପାରେ।

Odisha Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ