Advertisment

ନାହାନ୍ତି ଗୁରୁ, ପିଲାଙ୍କୁ ପଢେଇବ କିଏ?

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

undefined

arun sahoo

Advertisment

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ ୧ ହଜାର ୭ ଶିକ୍ଷକ ପଦବୀ ଓ ୧୬ ଶହ ୬୦ ଅଣଶିକ୍ଷକ ପଦବୀ ଖାଲି ଅଛି। ଏହା ଭିତରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ଟି ଶିକ୍ଷକ ପଦ ଖାଲି ପଡିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬, ରାଜେନ୍ଦ୍ର କଲେଜରେ ୧୨୬, କଳାହାଣ୍ଡିରେ ୧୧୨ ଶିକ୍ଷକ ନାହାନ୍ତି। ଏହାସହ ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦, ଏମ୍ପିସିରେ ୭୬ ଶିକ୍ଷକ ନାହାନ୍ତି। ତେବେ ଶିକ୍ଷକ ପଦ ପୂରଣ ପାଇଁ OPSC ଦ୍ୱାରା ଚୟନ ଚାଲିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

Advertisment

ତେବେ ୧ ସେପ୍ଟେମ୍ବରରେ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିକ୍ଷକଙ୍କ ନିଯୁକ୍ତି ବେଆଇନ୍‌ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବେଆଇନ୍‌ ଭାବେ ନିଯୁକ୍ତି କରାଯାଇଛି। ‌ଆଉ ଏବେ ସେମାନଙ୍କୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ବି ଜାରି ହୋଇଛି। ସମସ୍ତେ ଜାଣି ବି ଦୀର୍ଘ ଦିନ ଧରି ଏନେଇ ଚୁପ୍ ରହିବା ପରେ ଅଭିଯୋଗକାରୀ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମାମଲାକୁ ଗୁରୁତ୍ୱ ସହ ନେଇ ଏହାର ତଦନ୍ତ କରିବାକୁ ସମ୍ବଲପୁର କୋର୍ଟ, ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଶିକ୍ଷକଙ୍କ ନିଯୁକ୍ତି ନେଇ ୧୯୯୬ରୁ ୧୯୯୯ ମସିହା ବେଳର କିଛି ଦୁର୍ନୀତିର ଗନ୍ଧ ସମ୍ବଲପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ବେଆଇନ୍‌ ନିଯୁକ୍ତିକୁ ଲୁଚାଇବାକୁ ବିଧିବଦ୍ଧ ଯୋଜନା ହୋଇଛି। ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରୁ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲେଖାଯାଇଥିବା ଏକ ନିର୍ଦ୍ଦେଶନାମାରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅନିୟମିତତା ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରିବାକୁ କୁହାଯାଇଥିଲା । ଏହାସହ ୪୪ ଜଣ ଶିକ୍ଷକଙ୍କ ନାଁ ମଧ୍ୟ ରହିଛି। ହେଲେ ‌ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, ତତ୍କାଳୀନ ସମ୍ବଲପୁର ସିଆଇ କେସି ଗୁରୁଙ୍କ ବେଳେ ବେଆଇନ୍‌ ଭାବେ ନିଯୁକ୍ତ ଶିକ୍ଷକଙ୍କୁ ନିୟମିତ କରିବାକୁ। ସୂଚନା ଅଧିକାର ବଳରେ ଏହି ତଥ୍ୟ ଜଣାପଡ଼ିବା ପରେ ଏବେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଶିକ୍ଷକ ଓ ଅଧ୍ୟାପକ ପଦକୁ ନେଇ ରାଜ୍ୟ ସରକାର କେତେ ଚିନ୍ତିତ ତାହା ଏବେ ସ୍ପଷ୍ଟ ଦେଖାଯାଉଛି।

Odisha News Arun Sahoo Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ