Advertisment

ଅଫଲାଇନ୍‌ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା : ସୁପ୍ରିମକୋର୍ଟ

ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଅନଲାଇନ୍‌ ନୁହେଁ, ଅଫଲାଇନ୍‌ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା

ଅଦ୍ୟତନ ହୋଇଛି
CBSE

CBSE

Advertisment

ନୂଆଦିଲ୍ଲୀ: ଅନଲାଇନ୍‌ ନୁହେଁ, ଅଫଲାଇନ୍‌ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା। ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅନଲାଇନରେ ଟର୍ମ-୧ ବୋର୍ଡ ପରୀକ୍ଷା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସମୟ ଗଡ଼ିଯାଇଥିବାରୁ ଆବେଦନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ଗୋଳିଆଘଣ୍ଟା ନକରିବାକୁ ଆବେଦନକାରୀଙ୍କୁ ତାଗିଦ କରାଯାଇଛି।

Advertisment

CBSE ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ବେଳେ CISCE ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି। ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଆଉ ଏଥିରେ ବ୍ୟାଘାତ ନକରିବାକୁ କହିଛନ୍ତି। ସର୍ବୋଚ୍ଚ ଅଦାଲତରେ ହାଇବ୍ରିଡ୍ ମୋଡରେ ପରୀକ୍ଷା ପାଇଁ ୬ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଆଉ ଶୁଣାଣି କରି ଏପରି ରାୟ ଦେଇଛି ସୁପ୍ରିମକୋର୍ଟ।

CBSE Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ