କେମିତି ହେବ ପରୀକ୍ଷା ? ଦ୍ୱନ୍ଦ୍ୱ ଦୂର କରିବେ ସୁପ୍ରିମକୋର୍ଟ

ଅଫଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ୍‌ର ଆସନ୍ତାକାଲି ଶୁଣାଣି କରିବେ କୋର୍ଟ ।

exams

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନ୍‌ଲାଇନ୍‌ରେ ନା ଅଫଲାଇନ୍‌ରେ ହେବ, ଏନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆସନ୍ତାକାଲି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ସମସ୍ତ ରାଜ୍ୟ, CBSE, ICSE, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଓପନ ସ୍କୁଲିଂ ପରୀକ୍ଷା ନେଇ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଶ୍ରେଣୀଗୃହରେ ପାଠପଢ଼ା ହୋଇ ନ ଥିବାରୁ ଅଫଲାଇନ୍ ପରୀକ୍ଷା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଅଫଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ୍‌ର ଶୁଣାଣି କରିବେ କୋର୍ଟ ।

ଆଜି ଜମ୍ମୁରେ ତୃତୀୟ ଶ୍ରେଣୀରୁ ୯ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିଛି । ଦୀର୍ଘ ଦୁଇ ବର୍ଷ ପରେ ଅଫଲାଇନ ଶିକ୍ଷା ଦାନ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିଲେ, ତେବେ ଅନଲାଇନରେ ଡାଉଟ କ୍ଲିୟର ଲାଗି ସୁଯୋଗ ମିଳୁନଥିଲା । ଏବେ ଅଫଲାଇନ ଶିକ୍ଷାଦାନ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀ ସମସ୍ତ ସୁବିଧା ପାଇବେ ବୋଲି କହିଛନ୍ତି । ସେପଟେ ବିନା ଭୟରେ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବା ଲାଗି ସ୍କୁଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି ।

ସେପଟେ ଦୀର୍ଘ ଦିନର ବ୍ୟବଧାନ ପରେ କେରଳରେ ମଧ୍ୟ ସ୍କୁଲ ଖୋଲିଛି । ପ୍ରଥମ ଠାରୁ ୯ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିଛି । କୋଭିଡ କଟକଣା ସହ ସ୍କୁଲ ଗୁଡିକୁ ସାନିଟାଇଜ କରିବା ପରେ ସ୍କୁଲ ଖୋଲିଛି । ପିଲାଏ ମଧ୍ୟ ସ୍କୁଲରେ ପହଞ୍ଚି ଖୁସି ବ୍ୟକ୍ତ କରିଛନ୍ତି । ଅଫଲାଇନରେ ଶିକ୍ଷାଦାନ ଆରମ୍ଭ ହେବା ଦ୍ୱାରା ଛାତ୍ରଛାତ୍ରୀ ଏହାର ଫାଇଦା ପାଇପାରିବେ ବୋଲି କହିଛନ୍ତି ଅଭିଭାବକ ।