Advertisment

କଲେଜ୍‌ରେ ଟିଙ୍କ ଟେନସନ୍‌ : ଆସିବାକୁ ଡରିଲେଣି ପିଲା

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।

ଅଦ୍ୟତନ ହୋଇଛି
Students Threaten To Shut College In Dhenkanal, Demand To Control Flea

Colleage

Advertisment

କଲେଜ କ୍ୟାମ୍ପସରେ ଟିଙ୍କ ଟେନସନ। କଥାଟା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ପୂରା ସତ। ଅଧ୍ୟାପକ ଅଧ୍ୟାପିକାଙ୍କଠାରୁ ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀ...ଟିଙ୍କ ପାଇଁ ସମସ୍ତେ ଟେନସନ୍‌ରେ। ହେଲେ ଟିଙ୍କ କେଉଁଠୁ ଆସୁଛି? କେମିତି ଆସୁଛି? ସେନେଇ କାହା ପାଖରେ କିଛି ଉତ୍ତର ନାହିଁ।

Advertisment

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ରକ୍ଷା ପାଇବା ? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ମଣିଷ ଶରୀରରେ ଲାଗୁଛନ୍ତି।

ଅଧିକ ପଢ଼ନ୍ତୁ: କଲେଜ ପାଇଁ ସର୍ବନିମ୍ନ ସୁବିଧା ନାହିଁ, ହେଲେ ଘୋଷଣା ହେଲା ବିଶ୍ୱବିଦ୍ୟାଳୟ !

Advertisment

ତେବେ ଟିଙ୍କ କେଉଁଠୁ ଆସୁଛନ୍ତି ଓ କିପରି ଲାଗୁଛନ୍ତି? ତାହା କାହାକୁ ବି ଜଣାନାହିଁ। ନିକଟରେ ସହରକୁ ଲାଗିଥିବା ପାଣି ଓହଳା ପାହାଡରୁ ଏହି କ୍ଷୁଦ୍ର ପ୍ରଜାତିର ଟିଙ୍କ ଚାଲି ଆସୁଥିବା ଅନୁମାନ କରାଯାଉଛି। ଏମିତିକି କଲେଜ ପକ୍ଷରୁ ସମସ୍ତ ବୁଦା-ବଣ ଆଦି ସ୍ଥାନକୁ ସଠିକ ଭାବରେ ସଫେଇ କରାଯିବା ପରେ ବି ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି କଲେଜ୍‌ ଅଧ୍ୟାପିକା ।

ସାଧାରଣତଃ ଗୃହପାଳିତ ପଶୁ ମାନଙ୍କ ପାଖରେ ଏଇ ପ୍ରଜାତିର ଟିଙ୍କ ଦେଖାଯାଏ। ହେଲେ ମଣିଷ ଦେହରେ ଟିଙ୍କ ଗୁଡିକ ଲାଗୁଥିବାରୁ ଏବେ ଚିନ୍ତାରେ ପୂରା କଲେଜ୍‌ କର୍ତ୍ତୃପକ୍ଷ। ସ୍ଥିତି ଏମିତି ହେଲାଣି, ଟିଙ୍କ ଲାଗୁଥିବା ବ୍ୟକ୍ତି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଜ୍ୱର ବି ହେଉଛି। ତେବେ କଲେଜର ୪ହଜାର ଛାତ୍ରଛାତ୍ରୀଙ୍କ ଶହ ୨ଶହ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ରହିଥିବା ବେଳେ କଲେଜର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୌରପାଳିକା କିମ୍ବା ସ୍ୱାସ୍ଥ୍ୟ ବିଭାଗ ବା ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ। ସେପଟେ ପୌରପାଳିକା କହୁଛି ଘଟଣା ସମ୍ପର୍କରେ ସେମାନେ ଅବଗତ ନାହାନ୍ତି...

Advertisment

ଟିଙ୍କକୁ ନେଇ ଏବେ ଆକଚାମାକ୍ଚା ହେଲେଣି ପିଲା। ଯଦି ଟିଙ୍କ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ପାଠ ପଢିବାକୁ ପିଲାଙ୍କ ଉପସ୍ଥାପନ ନିଶ୍ଚୟ କମ୍‌ ରହିବ। ତେଣୁ ଏବେଠୁ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଜୋର ଧରିଲାଣି ଦାବି...

(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)

Colleges
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ