Advertisment

ଅନାଥଙ୍କୁ ପରୀକ୍ଷା ଫି ଛାଡ : ସିବିଏସଇ ପକ୍ଷରୁ ବିଜ୍ଞପ୍ତି ଜାରି

କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ

ଅଦ୍ୟତନ ହୋଇଛି
Students orphaned by Covid need not pay exam fees

Students orphaned by Covid need not pay exam fees

Advertisment

ନୂଆଦିଲ୍ଲୀ : କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ । ଏ ସମ୍ପର୍କରେ ସବୁ ସ୍କୁଲ ମାନଙ୍କୁ ସିବିଏସଇ ପକ୍ଷରୁ ଜଣାଇ ଦିଆଯାଇଛି । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

Advertisment

ବର୍ତ୍ତମାନ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି । ସେପ୍ଟେମ୍ବର ୨୦ରେ ଜାରି କରାଯାଇଥିବା ଏକ ସର୍କୁଲାରରେ ସିବିଏସ୍ଇ ବିଦ୍ୟାଳୟଗୁଡିକୁ କହିଛି ଅନଲାଇନ୍ ଜମା କରିବା ତାରିଖ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଛି । ବିନା ଫାଇନରେ ସେପ୍ଟେମ୍ବର ୩୦ରେ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା ।

କରୋନା ମହାମାରୀ ଯୋଗୁଁ ଦେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବୋଲି ସିବିଏସ୍ଇର କଣ୍ଟ୍ରୋଲର୍ ଅଫ୍ ଏକ୍ସାମିନେସନ୍ ଏକ ବିବୃତ୍ତିରେ କହିଛି । ଏହା ଛାତ୍ରମାନଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କିଏ ପରିବାର ପରିଜନଙ୍କୁ ହରାଇଛି ତ ଆଉ କିଏ ବାପାମା’କୁ ହରାଇଛି । ଏଭଳି ପରିସ୍ଥିତିରେ ସେହି ଛାତ୍ରମାନଙ୍କଠାରୁ ପରୀକ୍ଷା ଫି ଏବଂ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି।

Advertisment

ସୂଚନାଯୋଗ୍ୟ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଦେଶରେ ଅନେକ ସଂଖ୍ୟକ ପିଲା ଅନାଥ ହୋଇଯାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ଜୁନ୍ ୨୦୨୧ ସୁଦ୍ଧା ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ଥିଲା ।

Advertisment
CBSE Students Orphaned By Covid Exam Fees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ