Advertisment

Seats Remain Vacant: ଯୁକ୍ତ ୩ ପାଠ ପ୍ରତି ପିଲାଙ୍କ ଅନାଗ୍ରହ, ରାଜ୍ୟରେ ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା

ଶିକ୍ଷାବିତ୍ ମଧ୍ୟ ରାଜ୍ୟରେ ଉଚ୍ଚଶିକ୍ଷାର ଏ ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କହିଛନ୍ତି, ଅଧ୍ୟାପକ ମରୁଡ଼ିରୁ ବହୁ କଲେଜ ଗେଷ୍ଟ ଫାକଲ୍ଟିରେ କାମ ଚଳାଉଥିବାରୁ ପିଲାଙ୍କ ଭରସା ପାଉନି, ସେଥିରେ ପୁଣି ସରକାର ବି ଏସବୁ ଦିଗ ପ୍ରତି ଧ୍ୟାନ ଦେଉ ନଥିବାରୁ ସ୍ଥିତି ବିଗିଡ଼ି ଚାଲିଛି।

Seats Remain Vacant

Seats Remain Vacant

Advertisment

ପ୍ଲସ ଥ୍ରୀ ପାଠ ପ୍ରତି କମୁଛି ରୁଚି। ସାଧାରଣ ସ୍ନାତକ ପାଠ୍ୟକ୍ରମକୁ ଆଉ ପିଲାଙ୍କ ଆଗ୍ରହ ନାହିଁ । ପ୍ଲସ ଟୁ ପରେ ନିଯୁକ୍ତି ଭିତ୍ତିକ ବୈଷୟିକ ଶିକ୍ଷା ମୁହାଁ ଛାତ୍ରଛାତ୍ରୀ । ଫଳ ଏୟା ଏଥର ବି ଫାଙ୍କା ପଡ଼ିପାରେ ଲକ୍ଷାଧିକ ସିଟ୍ । ଯାହାର ପ୍ରମାଣ ଚଳିତବର୍ଷ ଶିକ୍ଷାବର୍ଷ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଏ ଚୁଡ଼ାନ୍ତ ମେଧା ତାଲିକା ବା କଟ୍ ଅଫ୍ ଲିଷ୍ଟ।

Advertisment

ତଥ୍ୟ କହୁଛି ରାଜ୍ୟରେ ପ୍ଲସ ଥ୍ରୀରେ ମୋଟ୍ ସିଟ୍ 2 ଲକ୍ଷ 74 ହଜାର 365। କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ଏଯାଏଁ ଆଡମିଶନ୍ କରିଛନ୍ତି ମାତ୍ର 1 ଲକ୍ଷ 9 ହଜାର 4 ଶହ ଛାତ୍ରଛାତ୍ରୀ। ସେହିପରି ଶେଷ ପର୍ଯ୍ୟାୟ ନାମ ଲେଖା ପାଇଁ 49 ହଜାର 818 ପିଲା ମନୋନିତ ହୋଇଥିଲା ବେଳେ ଯଦି ଏସବୁ ପିଲା ବି ଆଡମିଶନ୍ କରନ୍ତି ତାହେଲେ ଆହୁରି ବଳି ପଡ଼ିବ ଲକ୍ଷେ 15 ହଜାରରୁ ଅଧିକ ସିଟ୍।

ସବୁଠୁ ବଡ଼ କଥା ହେଉଛି ରାଜ୍ୟର ନାଁକରା କଲେଜ ଯେମିତିକି ରେଭେନ୍ସା, ବିଜେବି, ଫକିର ମୋହନ ଭଳି ମହାବିଦ୍ୟାଳୟରେ ସିଟ୍ ପୂରା ହେବ କି ନାଁ ସନ୍ଦେହ। ହେଲେ କାହିଁକି, ପ୍ଲସ୍ ଥ୍ରୀର ପାରମ୍ପରିକ ସାଧାରଣ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଏ ଅନାଗ୍ରହ। ଶୁଣନ୍ତୁ କଣ କହୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ପାଠରେ ଭଲ ନିଯୁକ୍ତି ସୁଯୋଗ ନାହିଁ, ସେ ପାଠ ପଢ଼ିବାକୁ ନା ପିଲା ମନ ବଳୋଉଛନ୍ତି ନା ସେ ପାରମ୍ପରିକ ପାଠକୁ ପଢ଼େଇବାକୁ ଅଭିଭାବକ ଚାହୁଁଛନ୍ତି।

Advertisment

ଶିକ୍ଷାବିତ୍ ମଧ୍ୟ ରାଜ୍ୟରେ ଉଚ୍ଚଶିକ୍ଷାର ଏ ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କହିଛନ୍ତି, ଅଧ୍ୟାପକ ମରୁଡ଼ିରୁ ବହୁ କଲେଜ ଗେଷ୍ଟ ଫାକଲ୍ଟିରେ କାମ ଚଳାଉଥିବାରୁ ପିଲାଙ୍କ ଭରସା ପାଉନି, ସେଥିରେ ପୁଣି ସରକାର ବି ଏସବୁ ଦିଗ ପ୍ରତି ଧ୍ୟାନ ଦେଉ ନଥିବାରୁ ସ୍ଥିତି ବିଗିଡ଼ି ଚାଲିଛି।

ଗତବର୍ଷ ୟୁଜିରେ ମାତ୍ର ୧ ଲକ୍ଷ ୫୯ ହଜାର ୨୧୮ ସିଟ୍ ପୂରଣ ହୋଇଥିବା ବେଳେ ଆଡମିଶନ ପକ୍ରିୟା ଅଗଷ୍ଟମାସ ଶେଷ ପର୍ଯ୍ୟନ୍ତ ଚାଲିଥିଲା । ଯାହା ଦ୍ବାରା ପାଠ ପଢ଼ାରେ ବି ଢେର ବିଳମ୍ବ ହୋଇଥିଲା। ଆଉ ଏବର୍ଷ ବି ସେଇ ସମାନ ଅବସ୍ଥା, ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।

Advertisment
Student Admissions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ