Advertisment

Dollar Rate Increasing: ଛାତ୍ରଛାତ୍ରୀଙ୍କ ଉପରେ ମହଙ୍ଗା ଡଲାର ଛାଟ, ବିଦେଶରେ ପାଠପଢ଼ା ସ୍ୱପ୍ନ ପାଲଟିଲାଣି

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏନଆରଆଇଙ୍କ ପାଇଁ ବରଦାନ ହୋଇପାରେ କିନ୍ତୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଶାପ ସଦୃଶ । ଟଙ୍କାର ମୂଲ୍ୟ ହ୍ରାସ ଭାରତୀୟ ଛାତ୍ରମାନଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ । ସେମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାରଣ ଟ୍ୟୁସନ ଫି, ରହିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଠାରୁ ଆମେରିକୀୟ ଡଲାରରେ ଆଦାୟ କରାଯାଏ । ସାମାନ୍ୟ ପରିବର୍ତ୍ତନ ମଧ୍ୟ ବାର୍ଷିକ ଖର୍ଚ୍ଚକୁ ଅନେକ ଲକ୍ଷ ଟଙ୍କା ବୃଦ୍ଧି କରିଥାଏ ।

ଅଦ୍ୟତନ ହୋଇଛି
ମହଙ୍ଗା ହେଉଛି ଡଲାର

ମହଙ୍ଗା ହେଉଛି ଡଲାର

Advertisment

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ବେଶ୍ ଶୋଚନୀୟ ହୋଇପଡ଼ିଛି। ଦେଶର ଦରଦାମ୍ ପ୍ରତି ଏକ ସାଂଘାତିକ ବିପଦ ସୃଷ୍ଟି କରିଛି । ଏହା ବ୍ୟତୀତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ଓ ସେୟାର ବଜାର ଦୁର୍ବଳ ରହୁଥିବାରୁ ମଧ୍ୟ ଟଙ୍କା ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଛି। ଡଲାର ମହଙ୍ଗା ହେବା ଯୋଗୁଁ ଆମଦାନୀ ହୋଇ ଆସୁଥିବା ସବୁ ସାମଗ୍ରୀର ଦାମ୍ ବଢ଼ିଯିବ ଓ ଦେଶର ଦରଦାମ୍ ସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ। କେବଳ ସେତିକି ନୁହେଁ ବିଦେଶରେ ପିଲାଙ୍କୁ ପାଠ ପଢ଼ାଉଥିବା କିମ୍ବା ବିଦେଶ ଭ୍ରମଣରେ ଯାଉଥିବା ଲୋକମାନଙ୍କୁ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

Advertisment

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏନଆରଆଇଙ୍କ ପାଇଁ ବରଦାନ ହୋଇପାରେ କିନ୍ତୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଶାପ ସଦୃଶ । ଟଙ୍କାର ମୂଲ୍ୟ ହ୍ରାସ ଭାରତୀୟ ଛାତ୍ରମାନଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ । ସେମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କାରଣ ଟ୍ୟୁସନ ଫି, ରହିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଠାରୁ ଆମେରିକୀୟ ଡଲାରରେ ଆଦାୟ କରାଯାଏ । ସାମାନ୍ୟ ପରିବର୍ତ୍ତନ ମଧ୍ୟ ବାର୍ଷିକ ଖର୍ଚ୍ଚକୁ ଅନେକ ଲକ୍ଷ ଟଙ୍କା ବୃଦ୍ଧି କରିଥାଏ । ଅନ୍ୟପଟେ ପାଠପଢ଼ା ପରେ କାମ କରିବା ପାଇଁ ଭିସାର ନିୟମ ଶକ୍ତ ହୋଇ ଯାଇଥିବାରୁ ବିଦେଶରେ ଅଧିକ ବେତନ ମିଳିବା ଓ ଘରେ କରିଥିବା ଲୋନ ଶୁଝିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼ିବ ।

ଛଅ ମାସ ମଧ୍ୟରେ ଡଲାର ତୁଳନାରେ ଟଙ୍କା ପାଖାପାଖି ୫ ପ୍ରତିଶତ ଦୁର୍ବଳ ହୋଇ ୮୭.୨ରେ ପହଞ୍ଚିଯାଇଛି, ଅଗଷ୍ଟରେ ଯାହା ୮୩.୫ରେ ଥିଲା । ଏହା ୧ କୋଟିର ଖର୍ଚ୍ଚ ବଜେଟରେ ୫ ଲକ୍ଷ ବୃଦ୍ଧି ଅଟେ । ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଦୁଇ ବର୍ଷ ପାଇଁ ବିଦେଶୀ ସ୍ନାତକ ଛାତ୍ରଛାତ୍ରୀଙ୍କ ଦରମା ୩୬,୦୦୦-୪୦୦୦୦ ପାଉଣ୍ଡ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ସରକାର । ଅନ୍ୟପଟେ କାନାଡାରେ ମଧ୍ୟ ଇମିଗ୍ରେସନ ନିୟମ କଡ଼ାକଡ଼ି କରାଯିବା ସହ ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ୍ ଭିସା କାର୍ଯ୍ୟକ୍ରମ ଶେଷ କରିବାକୁ କୁହାଯାଇଛି ।

Advertisment

ପୂର୍ବରୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ପରେ ୱର୍କିଂ ଭିସା ଜରିଆରେ ଡଲାରରେ ଆୟ କରି ଘରଲୋକ କରିଥିବା ଋଣର ଏକ ବଡ଼ ଭାଗ ଶୁଝିବାରେ ସଫଳ ହେଉଥିଲେ । ହେଲେ ବର୍ତ୍ତମାନ ସ୍ନାତକ କାର୍ଯ୍ୟକ୍ରମରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ, କାରଣ ଆମେରିକାରେ ସେମାନଙ୍କ ଶିକ୍ଷା ଖର୍ଚ୍ଚ ୧.୫ କୋଟିରୁ ଅଧିକ ହେବ ବୋଲି ସଙ୍କେତ ଦେଇଛନ୍ତି ଶିକ୍ଷାଋଣ ଦେଉଥିବା ଏଚଡିଏଫସି କ୍ରେଡେଲାର ସହ ପ୍ରତିଷ୍ଠାତା ।

ଏହାର ଅର୍ଥ ସେମାନଙ୍କୁ ଦୀର୍ଘ ସମୟ ଧରି ଋଣ ପରିଶୋଧ କରିବାକୁ ପଡ଼ିବ କିମ୍ବା ଶିକ୍ଷାଋଣ ଉପରେ ଅଧିକ ଇଏମଆଇ ଦେବାକୁ ପଡ଼ିବ । ଅନ୍ୟପଟେ ଦୁର୍ବଳ ଟଙ୍କା ଯୋଗୁଁ ବିଦେଶରୁ ଫେରି ଆସିବା ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ପରିବାର ଉପରେ ଅତିରିକ୍ତ ବୋଝକୁ କମ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Advertisment

ମୁମ୍ବାଇର ଜଣେ ବ୍ୟକ୍ତି କହିଛନ୍ତି, ବର୍ତ୍ତମାନ ଆମେରିକାରେ ପାଠ ପଢ଼ୁଥିବା ଝିଅ ପାଇଁ ମାସିକ ୮୦୦ ଡଲାର ପରିବର୍ତ୍ତେ ୯୦୦ ଡଲାର ପଠାଇବାକୁ ପଡ଼ୁଛି । ଏହା ଉପରେ ସରକାର ଟିସିଏସ ଲଗାଇ ଦେଇଛନ୍ତି, ଯାହା ଆଉ ଏକ ଅତିରିକ୍ତ ବୋଝ ଅଟେ । ତେଣୁ ଟିକସ ଦେୟ ଉପରେ ଟିସିଏସ ପାଇଁ ମୋତେ ଦ୍ୱିତୀୟ ଥର ପାଇଁ ଟ୍ୟାକ୍ସ ଦେବାକୁ ପଡ଼ୁଛି । ଯଦିଓ ଏହି ଟଙ୍କା ଫେରସ୍ତ ଆସିବ, ତଥାପି ଏକ ବର୍ଷ ପାଇଁ ଟଙ୍କାକୁ ବ୍ୟବହାର କରିପାରିବି ନାହିଁ ।

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯଦିଓ ଏକ ନିୟମିତ ଘଟଣା , ତଥାପି ଚଳିତ ବର୍ଷ ଡଲାରରେ ବହୁତ ବଡ ବୃଦ୍ଧି ଦେଖିବାକୁ ମିଳିଛି । ନିର୍ବାଚନ ପରେ ରାଜନୈତିକ ଦୃଷ୍ଟିକୋଣରୁ ସୃଷ୍ଟି ହୋଇଥିବା ଅନିଶ୍ଚିତତାକୁ ମିଶାଇ ବିଦେଶ ଶିକ୍ଷା ଉପରେ ଏହାର ପ୍ରଭାବ ବହୁତ ବଡ ହୋଇଛି ବୋଲି ଶିକ୍ଷା ପରାମର୍ଶଦାତା କେ ପି ସିଂ କହିଛନ୍ତି।

ସେହିପରି ଜଣେ କ୍ୟାରିୟର କାଉନସିଲର କହିଛନ୍ତି, ଏଥିରୁ ରକ୍ଷା ପାଇବା ପାଇଁ ବାପାମା’ଙ୍କୁ ଆଗୁଆ ଋଣ ମଞ୍ଜୁର କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ସ୍ଥାନାନ୍ତର କରି ବୈଦେଶିକ ମୂଦ୍ରା ମୂଲ୍ୟରେ ସଞ୍ଚିତ କରିପାରିବେ । ଏହାସହ ଛାତ୍ରମାନେ ବିଦେଶୀ ମୁଦ୍ରା ଋଣରୁ ଦୂରେଇ ରହିବା ଉଚିତ, କାରଣ ଭାରତକୁ ଫେରିବା ପରେ ପରିଶୋଧ କରିବା ସେମାନଙ୍କ ପାଇଁ ମହଙ୍ଗା ହେବ। ଆର୍ଥିକ ସହାୟତା ଏବଂ ଛାତ୍ରବୃତ୍ତି ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ସେମାନେ ଆବେଦନ କରିବା ଉଚିତ, ଯାହାଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ।

ବୈଷୟିକ ନୂତନୀକରଣ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି କୁଶଳୀ ବିଶ୍ୱ ପ୍ରତିଭାକୁ ଆକର୍ଷିତ କରିବା ଆମେରିକାର ମୂଳ ଉଦ୍ଦେଶ୍ୟ । ଆମେରିକାରେ ଉଚ୍ଚଶିକ୍ଷା ପ୍ରାପ୍ତ କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରମାନେ ଚାକିରିର ଆଶା ବଢ଼ାଇବା ପାଇଁ ଜେନଏଆଇ, ସାଇବର ସିକ୍ୟୁରିଟି, ଡିଷ୍ଟ୍ରିବ୍ୟୁଟେଡ ଫାଇନାନ୍ସ, ବ୍ଲକ ଚେନ ଏବଂ ଡିଜିଟାଲ କରେନ୍ସି ଭଳି ଉଦୀୟମାନ କ୍ଷେତ୍ର ଅନୁସନ୍ଧାନ କରିବା ଉଚିତ । ଛାତ୍ରମାନେ କେବଳ କୋଡିଂ ଏବଂ ପ୍ରୋଗ୍ରାମିଂ ଭଳି ପାରମ୍ପାରିକ ଶିକ୍ଷା ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ ବରଂ ନୂତନ ଯୁଗର ପାଠ ଅନୁସନ୍ଧାନ କରିବା ଉଚିତ୍ । ସେହିପରି ଆର୍ଥିକ ସମ୍ବଳ ନଥିବା ବ୍ୟକ୍ତିମାନେ ସୀମିତ ନିଯୁକ୍ତି ସମ୍ଭାବନା ଥିବା ପାଠ୍ୟକ୍ରମ ଅନୁସରଣ କରି ରିସ୍କ ନେବା ଉଚିତ୍ ନୁହେଁ।

Foreign National Dollar Vs Rupee Rupee Slips Against US Dollar US Dollar Rupee Value Against Dollar Foreign Exchange
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ