Advertisment

ଫର୍ମ ଫିଲପ୍‌ କରି କାହିଁକି ଦେଲେନି ମ୍ୟାଟ୍ରିକ୍‌ ପରୀକ୍ଷା ? ହେବ ସ୍କୁଲୱାରୀ ଖୋଳତାଡ଼

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି ।

undefined

Matric exam

Advertisment

ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ ବି କାହିଁକି ପରୀକ୍ଷା କେନ୍ଦ୍ରକୁ ଆସିଲେନି ହଜାର ହଜାର ପରୀକ୍ଷାର୍ଥୀ? ପରୀକ୍ଷାରେ ଏତେ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିବା ପରେ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ସ୍କୁଲୱାରୀ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଖୋଳତାଡ଼ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

Advertisment

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତ

ମୟୂରଭଞ୍ଜ- ୩, ୯୭୩

ଗଞ୍ଜାମ- ୩, ୧୭୦

ବଲାଙ୍ଗୀର- ୩, ୦୪୪

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି । ରାଜ୍ୟର ମୋଟ ୪୩ ହଜାର ୪୮୯ ପିଲା ମାଟ୍ରିକ ଦେଇନାହାନ୍ତି । ଏଗଜାମ୍ ରେଗୁଲାରରେ ୪୨ ହଜାର ୭୦୪ ଏବଂ ଏକ୍ସ-ରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ତେବେ ଫର୍ମ ପୂରଣ କରି କାହିଁକି ପିଲା ଦେଲେନି ପରୀକ୍ଷା? କାହିଁକି ଏତେ ସଂଖ୍ୟକ ପିଲା ପରୀକ୍ଷାରୁ ଦୂରେଇ ରହିଲେ?

ଏହାର କାରଣ ଖୋଜିବାକୁ ସବୁ ଜିଲ୍ଲାର ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ସେମାନଙ୍କ ଜିଲ୍ଲାର ସ୍କୁଲୱାରୀ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରିବେ । ପିଲାଙ୍କ ଅନୁପସ୍ଥିତିର କାରଣ ବୁଝି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

Advertisment

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ୍ ହିଆଁଲ ହାଇସ୍କୁଲର ଜଣେ ମାଟ୍ରିକ ଛାତ୍ରୀ ଉର୍ବସୀ ଗନ୍ତିଆ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ଫିଲ୍ ଅପ୍ କଲେ । ହେଲେ ବାପା ଓ ଭାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ପରେ ଘରେ ଛେଳି ଚରାଇବାକୁ ଅସୁବିଧା ହେଲା । ପରୀକ୍ଷା ନଦେଇ ଉର୍ବସୀ ଏବେ ଜଙ୍ଗଲରେ ଛେଳି ଚରାଉଛନ୍ତି ।

ପାରିବାରିକ ସମସ୍ୟା ପାଇଁ ପରୀକ୍ଷା ଦେଇପାରିଲେନି ଉର୍ବସୀ । ତେବେ ପରୀକ୍ଷା ଦେଇପାରିନଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅବସ୍ଥା କଣ ଉର୍ବସୀଙ୍କ ଭଳି ? ଏଥର ପରୀକ୍ଷାରେ ପୂର୍ବ ବର୍ଷ ଅପେକ୍ଷା ତିନି ଗୁଣ ପିଲାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅଷ୍ଟମରୁ ସ୍କୁଲ ଯାଉନଥିଲେ ମଧ୍ୟ ପିଲାଙ୍କ ଦଶମ ଶ୍ରେଣୀ ଫର୍ମ ପୂରଣ କିଭଳି କରାଗଲା?

Advertisment

ବହୁଦିନ ଧରି ପିଲା ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ନାଁ କଟିଯିବା କଥା । ତେବେ ସ୍କୁଲ କର୍ତ୍ତୃପକ୍ଷ କାହିଁକି ନିୟମ ପାଳନ କଲେନି? କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିଛି ଦିନ ତଳେ ଗାଁ ଗାଁ ବୁଲି ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଉଥିବା କୁହାଗଲା । ଏହାପରେ ବି କେମିତି ପରୀକ୍ଷାକୁ ଆସିଲେନି ଛାତ୍ରଛାତ୍ରୀ ? ସମେଟିଭ୍ ଆସେସମେଂଟ୍-୧ ପରୀକ୍ଷା ଦେଲେ, ଫର୍ମ ପୂରଣ ବି କଲେ, ଏହାପରେ ପିଲା କାହିଁକି ଆସିଲେନି ପରୀକ୍ଷା ଦେବାକୁ?

କରୋନା ପାଇଁ ପିଲା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ ନା ସରକାରୀ ଅବହେଳା ପାଇଁ ଶିକ୍ଷାରୁ ଦୂରେଇ ଗଲେ? ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ କର୍ତ୍ତୃପକ୍ଷ କାଳେ ସଂଖ୍ୟା କମିଲେ ଅନୁଦାନ ମିଳିବ ନାହିଁ । ସେଥିପାଇଁ ଏଭଳି କରିନାହାଁନ୍ତି ତ? ନା ଡ୍ରପ୍ ଆଉଟ୍ ରେଟ୍ ଲୁଚାଇବାକୁ ରାଜ୍ୟ ସରକାରଙ୍କ ଏହି କାରସାଦି?

Matric Exam Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ