Advertisment

ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ିଲା ସ୍ପେଶାଲ OJEE ଆବେଦନର ତାରିଖ

ଯେଉଁମାନେ ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ବି କରିପାରିବେ। ନିଜ ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଆଗାମୀ ସୟରେ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି OJEE ଅଧ୍ୟକ୍ଷ। ତେବେ ପୂର୍ବରୁ ମଧ୍ୟ କରୋନା ଲାଗି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।

ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ିଲା ସ୍ପେଶାଲ OJEE ଆବେଦନର ତାରିଖ

OJEE

Advertisment

ଭୁବନେଶ୍ୱର: ଅଗଷ୍ଟ ୧୭ ପର୍ଯ୍ୟନ୍ତ ବଢ଼ିଲା ସ୍ପେଶାଲ OJEE ଆବେଦନର ତାରିଖ । ପୂର୍ବରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଥିଲା ଆବେଦନର ଶେଷ ତାରିଖ। ଆବେଦନ ଅବଧି ବଢ଼ିବା ସହ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଫି ଭରିବା ଲାଗି ଅନୁମତି ମିଳିଛି । ଯେଉଁମାନେ ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ବି କରିପାରିବେ। ନିଜ ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଆଗାମୀ ସୟରେ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି OJEE ଅଧ୍ୟକ୍ଷ। ତେବେ ପୂର୍ବରୁ ମଧ୍ୟ କରୋନା ଲାଗି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।

Advertisment

ସେପଟେ ମହାମାରୀ ମଧ୍ୟରେ, ସ୍କୁଲ୍ ଓ କଲେଜ ପରେ ଗତକାଲିଠାରୁ ଖୋଲିଛ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି।

Advertisment

ରାଜ୍ୟରେ ଇଞ୍ଜିନିୟରିଂ, MBA, MCA ଓ ଫାର୍ମାସି ପାଠ୍ୟକ୍ରମର ପ୍ରାୟ ୨୦୦ ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଆଇଟିଆଇ ଓ ଡିପ୍ଲୋମାରେ ଆଉ ୧୫୦ ଶିକ୍ଷାନୁଷ୍ଠାନ ସାମିଲ ଅଛି। ଏସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲକ୍ଷେରୁ ଅଧିକ। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପୂର୍ବରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ମାତ୍ରେ ସଂକ୍ରମଣ ବ୍ୟାପିଥିବା ନଜରକୁ ଆସିଥିଲା। ତେଣୁ ଏଥର ଅଧିକ ସତର୍କ ହୋଇ ସଂକ୍ରମଣମୁକ୍ତ ଶିକ୍ଷାଦାନ ପରିବେଶ ଲାଗି ସଜାଗ ହୋଇଛି ବୈଷୟିକ ଶିକ୍ଷା ବିଭାଗ।

Odisha OJEE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ