Advertisment

ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ! ଆରଟିଆଇରୁ ଧରାପଡ଼ିଲା ସାଂଘାତିକ ସତ

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି।

ଅଦ୍ୟତନ ହୋଇଛି
jojanara Na Hariloot

jojanara Na Hariloot

Advertisment

ଶିକ୍ଷା ବିଭାଗରେ ମାଳ ମାଳ ନକଲି ଶିକ୍ଷକ । ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଛନ୍ତି ସରକାରୀ ଚାକିରି । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ମାଳ ମାଳ ନକଲି ଶିକ୍ଷକ ଦୀର୍ଘ ବର୍ଷ ଧରି ଚାକିରି କରୁଥିବା ଆଟିଆଇରୁ ଜଣାପଡିଛି। ବିଭୂତି ଭୂଷଣ ବେହେରା, ବଟକୃଷ୍ଣ ବେହେରା, ଶ୍ରୀଧର ବେହେରା ଓ ବିଜୟିନୀ ବେହେରା । ଏହି ୪ ଶିକ୍ଷକଙ୍କ ବିରୋଧରେ ଆସିଛି ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ । ସମସ୍ତେ ଭିଣା ବା ଓବିସି ବର୍ଗର, କିନ୍ତୁ ନିଜକୁ ST ଅର୍ଥାତ୍ ଅନୁସୂଚିତ ଜନଜାତି ବର୍ଗର ବୋଲି ସାର୍ଟିଫିକେଟ୍ ଦାଖଲ କରି ସିଟି ଟ୍ରେନିଙ୍ଗ ନେବା ପରେ ଚାକିରି କରୁଛନ୍ତି। କଳ୍ପବାସୀ ବେହେରା ନାମକ ଜଣେ ବ୍ୟକ୍ତି ଆରଟିଆଇରୁ ତଥ୍ୟ ମାଗିବା ପରେ ଏହାର ପର୍ଦ୍ଦାଫାସ୍ ହୋଇଛି।

Advertisment

ନରସିଂହପୁର ବିଇଓଙ୍କ ଅଫିସରୁ ମିଳିଥିବା ତଥ୍ୟ ଖୁବ୍‌ ସାଂଘାତିକ । ବିଭୁତି ଭୂଷଣ, ଶ୍ରୀଧର ବେହେରା, ବଟକୃଷ୍ଣ ବେହେରା ଓ ବିଜୟିନୀ ବେହେରା ନିଜକୁ ଏସଟି ଦର୍ଶାଇ ସ୍କୁଲରେ ଶିକ୍ଷକତା କରୁଛନ୍ତି । ସେପଟେ ଆର.ଆଇ, ଅତିରିକ୍ତ ଆର.ଆଇ ଓ ଅତିରିକ୍ତ ତହସିଲଦାରଙ୍କୁ ନେଇ ସେମାନଙ୍କ ଗାଁରେ କରାଯାଇଥିବା ମିଳିତ ତଦନ୍ତରୁ ସମସ୍ତେ ଭିଣା ବା ଓବିସି ବର୍ଗର ବୋଲି ନରସିଂହପୁର ତହସିଲ ଅଫିସ ପକ୍ଷରୁ କୁହାଯାଇଛି। ଏଥିସହ ସେମାନଙ୍କ ଘରର ପଟ୍ଟାରେ ମଧ୍ୟ ଜାତି ଭିଣା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତେବେ ଜାଲ୍ ଜାତି ପ୍ରମାଣପତ୍ର ଦେଇ ଜାଲିଆତି କରି କିଭଳି ଶିକ୍ଷକତା କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଆଶାୟୀ ଛାତ୍ର । ଏହାଦ୍ୱାରା ଅନେକ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଥିବା କହିଛନ୍ତି।

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି। ଏମିତିକି ଯାଜପୁର ଜିଲ୍ଲା ଡୋଲିପୁରରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ସେହି ଅନୁଷ୍ଠାନରେ ନରସିଂହପୁର ବ୍ଲକର କୌଣସି ଏସଟି ଛାତ୍ରଛାତ୍ରୀ ପାଠ ପଢିନାହାନ୍ତି।

Advertisment

ଡିଇଓ, ବିଇଓ, ତହସିଲଦାର ସମସ୍ତେ ଅବଗତ ଅଛନ୍ତି। ପରସ୍ପର ପରସ୍ପରକୁ ଚିଠି ଲେଖି ଚୁପ୍ ବସିଛନ୍ତି। କ୍ରାଇମବ୍ରାଞ୍ଚ ଏସପିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଆରଟିଆଇ କର୍ମୀ । ତଥାପି ୪ ଶିକ୍ଷକଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ।

କେବଳ ଏହି ୪ ଶିକ୍ଷକ ନୁହନ୍ତି, ନରସିଂହପୁର ବ୍ଲକରେ ଏମିତି ୩୦ରୁ ଅଧିକ ଶିକ୍ଷକ ସରକାରୀ ଚାକିରି ପାଇଁ ମିଥ୍ୟା ଜାତି ପ୍ରମାଣପତ୍ର ଦେଇଥିବା ଚର୍ଚ୍ଚା ହେଉଛି । ଚାକିରି ପୂର୍ବରୁ ଡକୁମେଣ୍ଟ ଯାଞ୍ଚ ବେଳେ କିଭଳି ଧରାପଡୁନି ? ବର୍ଷ ବର୍ଷ ଧରି ଏମିତି ଚାଲିଥିବା ବେଳେ କାହିଁକି ହେଉନି ଧରପଗଡ଼ ?

Advertisment
Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ