Advertisment

ଆଜିଠୁ ସକାଳ ୬ରୁ ୯ ସ୍କୁଲ

ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି ।

ଅଦ୍ୟତନ ହୋଇଛି
Schools Reopens Today In Odisha

Schools Reopens Today In Odisha

Advertisment

ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Advertisment

ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ କାରଣ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ନାହିଁ । ହେଲେ ମେ ମାସରେ ଅଧିକ ଖରା ହେବାର ଆଶଙ୍କା ଥିବାରୁ କେତେକ ଅଭିଭାବକ ଏଥିରେ ଅସନ୍ତୋଷ ପ୍ରକାଶ କରି ଜୁନ ବଦଳରେ ମେ ମାସରେ ଖରାଛୁଟି କରାଯାଉ ବୋଲି ମତ ଦେଇଥିଲେ ।

ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।

Advertisment
Odisha Schools Reopening Schools Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ