Advertisment

ଖୋଲିଲାଣି ସ୍କୁଲ୍, ପହଞ୍ଚି ନାହିଁ ବହି

ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ ନା ଅନ୍ୟ କାରଣ? ଏହାକୁ ବୋର୍ଡର ଅଜବ ଉତ୍ତର ବଜାରରେ ମିଳୁଛି।

ଅଦ୍ୟତନ ହୋଇଛି
undefined

School has opened, books have not arrived

Advertisment

ଦେଢ଼ ମାସ ହେବ ସ୍କୁଲ ଖୋଲିଲାଣି। ହେଲେ ମାଟ୍ରିକ୍ ପିଲାଙ୍କ ପାଖରେ ଏଯାଏଁ ପହଞ୍ଚି ନାହିଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି। ଫଳରେ ପିଲାଏ ପୁରୁଣା ବହି ପଢିବାକୁ ବାଧ୍ୟ ହେଉଛନ୍ତି। ଏଥର ପୂରା ସିଲାବସ୍ ପଢା ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ବହି ଆସି ନ ଥିବାରୁ ପିଲାଏ ଚିନ୍ତାରେ ପଡିଛନ୍ତି। ଜୀବ ବିଜ୍ଞାନରେ କୋଭିଡ୍ ମହାମାରୀ ଓ ଭୂଗୋଳରେ ଜଳବାୟୁ ପରିବର୍ତ୍ତନ ବିଷୟକୁ ସ୍ଥାନିତ କରାଯିବ ବୋଲି ପୂର୍ବରୁ ସରକାର ସୂଚନା ଦେଇଥିଲେ। ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ।

Advertisment

କୋଭିଡ୍ ଯୋଗୁଁ ଦୁଇ ବର୍ଷ ପାଠପଢା ନଷ୍ଟ ହେବା ପରେ ଏଥର ପାଠପଢାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ଶିକ୍ଷା ବିଭାଗ। ତେବେ ମୂଳରୁ ବିଶୃଙ୍ଖଳା ଦେଖାଦେଇଛି। ଜୁନ୍ ୧୭ରୁ ସ୍କୁଲ୍‌ ଖୋଲିଥିଲେ ମଧ୍ୟ ଏଯାଏଁ ଜୀବ ବିଜ୍ଞାନ ଓ ଭୂଗୋଳ ବହି ପାଇନାହାନ୍ତି ମାଟ୍ରିକ୍ ପିଲା ସରକାର ଯୋଗାଇ ଦେଇ ନାହାନ୍ତି, କି ବଜାରରେ ବି ଉପଲବ୍ଧ ନାହିଁ।

ଯେଉଁମାନ ପୁରୁଣା ବହି ସଂଗ୍ରହ କରିଛନ୍ତି ସେମାନେ ସେଥିରେ କାମ ଚଳାଉଛନ୍ତି, ତେବେ ଯାହା ପାଖରେ ବହି ନାହିଁ ସେମାନଙ୍କୁ ହଇରାଣ ହେବାକୁ ପଡୁଛି। ପିଲାଏ ଦୋକାନକୁ ଦୌଡି ଦୌଡି ବହି ନ ପାଇଁ ନୟାନ୍ତ ହେଉଥିଲେ ମଧ୍ୟ ବୋର୍ଡ ପକ୍ଷରୁ ଅଜବ ସ୍ପଷ୍ଟୀକରଣ ଦିଆଯାଇଛି। ବଜାରରେ ବହି ମିଳୁଛି ଓ ଯେଉଁ ନୂଆ ବିଷୟ ଜୀବ ବିଜ୍ଞାନ ଓ ଭୂଗୋଳ ପୁସ୍ତକରେ ସାମିଲ ହେବ ତାହା ୱ୍ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଅନ୍ୟପକ୍ଷରେ ଉଭୟ ଚାପ୍ଟର୍ ସିଲାବସ୍‌ର ଶେଷ ଆଡକୁ ଥିବା ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Advertisment

ଜୀବ ବିଜ୍ଞାନରେ ମହାମାରୀ ପରିଚାଳନା ଓ ଭୂଗୋଳରେ ବିପର୍ଯ୍ୟୟ ପରିଚାଳନା ବିଷୟ ସ୍ଥାନିତ ହେବ। ଏନେଇ ବହୁ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ନୂଆ ବିଷୟ ସାମିଲ ହେଉଥିବାରୁ ବହି ଯୋଗାଇବାକୁ ଲାଗୁଛି କି ଅଧିକ ସମୟ? ନାଁ ବହି ନ ଆସିବା ପଛରେ ରହିଛି ଆଉ କିଛି କାରଣ?

ଏଥର ମାଟ୍ରିକ୍ ପିଲାଙ୍କୁ ଶତ ପ୍ରତିଶତ କୋର୍ସ ପଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ତେବେ ବହି ଆସିବାରେ ବିଳମ୍ବ ହେବା ଯୋଗୁଁ ପ୍ରଭାବିତ ହେବନି ତ ପିଲାଙ୍କ ପାଠପଢା। ନୂଆ ବହି ଆସିବାରେ ବିଳମ୍ବକୁ ନେଇ ଶିକ୍ଷକମାନେ ବି ଚିନ୍ତା ପ୍ରକଟ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ତେବେ ଖବର ଆସିଲେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

Advertisment
Odisha News School Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ