Advertisment

ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ଯଦି ଜେନେରାଲ୍ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ଆସେସ୍‌ମେଣ୍ଟ ପରୀକ୍ଷା କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ସହ ଶିକ୍ଷା ବିଭାଗ ନିୟମିତ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
students

students

Advertisment

ଭୁବନେଶ୍ୱର: ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ୍‌ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ବୋର୍ଡ ପରୀକ୍ଷା ପୂର୍ବରୁ ସମେଟିଭ୍ ପରୀକ୍ଷା ଜରୁରୀ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। 

Advertisment

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ଯଦି ଜେନେରାଲ୍ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ଆସେସ୍‌ମେଣ୍ଟ ପରୀକ୍ଷା କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସ୍କୁଲ୍‌ ଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ସ୍କୁଲ୍‌ ଗୁଡ଼ିକୁ ସତର୍କ କରାଯାଇଛି।

ଏହାସହ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ସହ ଶିକ୍ଷା ବିଭାଗ ନିୟମିତ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ନୋଡାଲ୍‌ ଅଫିସରମାନେ ମଧ୍ୟ ସ୍କୁଲ ଉପରେ ନଜର ରଖିଥିବା ସେ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍‌ ଅନୁସାରେ ସମସ୍ତ ନିୟମ ପାଳନ କରାଯାଉଛି। ଏବେ ସରକାରୀ ସ୍କୁଲରେ ବିଶେଷ ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। 

Advertisment
Matric Exam Odisha Matric Exams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ