Advertisment

ଆଜି ପୁଣି ପ୍ରଶ୍ନପତ୍ର ଲିକ୍: ପରୀକ୍ଷା ବାତିଲ

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍... ଭାଇରାଲ ହୋଇଥିବା ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କଲେ କର୍ତ୍ତୃପକ୍ଷ...

ଅଦ୍ୟତନ ହୋଇଛି
Sambalpur University question paper leaked again

Sambalpur University question paper leaked again

Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ମାନିବା ସହ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି ।

Advertisment

ତେବେ ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ ହୋଇଛି । କେବେ ପୁଣି ପରୀକ୍ଷା ହେବ ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତକାଲି ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ କର୍ତ୍ତୃପକ୍ଷ ସ୍ୱୀକାର କରିଥିଲେ । ଗତକାଲି ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମଧ୍ୟ ମିଶୁଥିଲା । ତେଣୁ ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିଲା।

Advertisment

ତେବେ ପ୍ରଶ୍ନପତ୍ର ସେଟ୍ କରିଥିବା କର୍ମଚାରୀ ହିଁ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏଥିରେ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ FIR କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପରବର୍ତ୍ତୀ ସମୟରେ କେବେ ପରୀକ୍ଷା କରାଯିବ, ତାହା ମଧ୍ୟ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

Question Paper Leaked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ