Advertisment

ସେଲ୍ଫ ଫାଇନାନସିଂ କୋର୍ସ ବିବାଦ: ବିଶ୍ୱବିଦ୍ୟାଳୟରେ ଉପରେ କଟକଣା

କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।

ଅଦ୍ୟତନ ହୋଇଛି
Self-Finance Courses

Self-Finance Courses

Advertisment

ବିଶ୍ୱବିଦ୍ୟାଳୟ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ମାତ୍ର ଡିଗ୍ରୀ କଲେଜରେ କଟକଣା ରହିବନି ବୋଲି କୁହାଯାଇଛି । କେବଳ ବିଶ୍ୱବିଦ୍ୟାଳୟରେ କଟକଣା ରହିବ । ଆଜି ରାଜଭବନ ରେ ଉତ୍କଳ, ରମାଦେବୀ, ରେଭେନ୍ସା ଓ ଏମପିସିଜି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ବୈଠକରେ ସେଲ୍ଫ ଫାଇନାନସିଂ କୋର୍ସ କଟକଣା ନିୟମ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି ।

Advertisment

କିଛିଦିନ ତଳେ କୁଳାଧିପତିଙ୍କ ସଚିବ ଶାଶ୍ୱତ ମିଶ୍ର ସବୁ କୁଳପତି ମାନଙ୍କୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ଲଗାଇବାକୁ କହିଥିଲେ । ସିଟର ମାତ୍ର 20 ପ୍ରତିଶତ ସେଲ୍ଫ ଫାଇନାନସିଂ କୋର୍ସ ଲାଗି ରଖିବାକୁ ନିର୍ଦେଶ ଦେଇଥିଲେ । ଏହାକୁ ନେଇ ଛାତ୍ର ଆଶାନ୍ତି ଦେଖା ଦେବା ପରେ ସେ ନିଷ୍ପତ୍ତି ଓହରିଥିଲେ ।

ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

Advertisment

ଛାତ୍ରଛାତ୍ରୀମାନେ ନିୟମିତ ମୋଟା ଅଙ୍କର କୋର୍ସ ଫି ଗଣୁଥିଲେ ମଧ୍ୟ କାହିଁକି ସେମାନଙ୍କ ପାଇଁ କରାଯାଉନି ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା? ତେବେ ଭିତ୍ତିଭୂମି ସଜାଡି ପିଲାଙ୍କୁ କ୍ୟାରିୟର ଗଢିବାର ସୁଯୋଗ ଦେବାକୁ ପରାମର୍ଶ ଦେଇଥିଲେ ଶିକ୍ଷାବିତ ଓ ଏମପିସି ଅଟୋନୋମସ୍‌ କଲେଜ ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା।

Odisha Universities Self-Finance Courses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ