ଆଉ ମନଇଚ୍ଛା ଚାଲିବନି ସେଲ୍ଫ ଫାଇନାନ୍ସ କୋର୍ସ: ୫ ନିୟମ ମାନିବେ ବିଶ୍ୱବିଦ୍ୟାଳୟ

PPP ମୋଡ୍‌ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ।

ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ

ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗିଲା ଅଙ୍କୁଶ। ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇଛି। ଏନେଇ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, ସେଲ୍ଫ ଫାଇନାନ୍ସ କୋର୍ସ ଦ୍ୱାରା ରେଗୁଲାର କୋର୍ସ ପ୍ରଭାବିତ ହେଉଛି । ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ୱବିଦ୍ୟାଳୟ ସିଟ୍‌ର ୨୦% ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଣିକି PPP ମୋଡ୍‌ରେ ଆଉ ଚାଲିପାରିବନି ସେଲ୍ଫ ଫାଇନାନ୍ସ କୋର୍ସ। ବିଶ୍ୱବିଦ୍ୟାଳୟକୁ ଡାଇରେକ୍ଟ ମୋଡ୍‌ରେ ସେଲ୍ଫ ଫାଇନାନ୍ସ କୋର୍ସ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରାଇଭେଟ ପାର୍ଟି ସେଲ୍ଫ ଫାଇନାନ୍ସ କୋର୍ସରେ ସାମିଲ ହୋଇପାରିବେ ନାହିଁ।

ଯେଉଁଠି କୋର୍ସ ଚାଲିଛି ସେନେଇ ବିଶ୍ୱବିଦ୍ଯାଳୟ ସିଣ୍ଡିକେଟ ନିଷ୍ପତ୍ତି ନେବ । ୨୦୨୨ ଜୁନ ୩୦ ଭିତରେ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ନିଷ୍ପତ୍ତି ନେବ । ତେବେ ଯେଉଁମାନେ ନାମ ଲେଖାଇଛନ୍ତି ସେମାନେ କୋର୍ସ ଶେଷ କରିପାରିବେ ବୋଲି କୁହାଯାଇଛି । 

ରୋଗୁଲାର କୋର୍ସରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ଏବାକୁ ଗୁରୁତର ସହ ନେଇଛନ୍ତି କୁଳାଧିପତି। l ଏଣିକି ବିଶ୍ୱବିଦ୍ୟାଳୟରେ ସେଲ୍ପ ଫାଇନାନ୍ସ କୋର୍ସ ପାଇଁ କେଉଁ ସବୁ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି, ଜାଣନ୍ତୁ