Advertisment

ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ, ଜାଣନ୍ତୁ କେବେ ଆରମ୍ଭ ହେବ କ୍ଲାସ୍‌...

ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍‌ରେ ମୋଡ୍‌ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
School Students

School Students

Advertisment

ଭୁବନେଶ୍ୱର: ଦଶହରା ଛୁଟି ପରେ ରାଜ୍ୟରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ। ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ୨୧ରୁ ଏକାଦଶ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 

Advertisment

ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍‌ରେ ମୋଡ୍‌ରେ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ରାଜ୍ୟରେ କରୋନାର କୋପ କମିବା ପରେ ରାଜ୍ୟ ସରକାର ଦଶମ, ଦ୍ୱାଦଶ ଓ ନବମ ଶ୍ରେଣୀ ଖୋଲିଥିଲେ। ଅଗଷ୍ଟ ୧୬ରେ  ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଥିଲା। 

ସେହିପରି ଚଳିତ ବର୍ଷ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଥିଲା। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଥିଲା। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଥିଲା। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। 

Advertisment

କୋଭିଡ୍‌ ଯୋଗୁ ରାଜ୍ୟରେ ରାଜ୍ୟରେ ଅନେକ ଦିନ ଧରି ଲକଡାଉନ୍‌ ଓ ସଟଡାଉନ୍‌ ଲାଗୁ ହୋଇଥିଲା। ପାଖାପାଖି ୨ ବର୍ଷ ଧରି ସ୍କୁଲ୍‌ ବନ୍ଦ ରହିଛି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି। କିନ୍ତୁ ଦୁର୍ଗମ ଅଞ୍ଚଳରେ ନେଟ୍‌ୱର୍କ ନଥିବାରୁ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିବା ସହଜ ହେଉନାହିଁ।ଯାହାଫଳରେ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।

Odisha School Reopen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ