Advertisment

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌, ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ ହେବନି କ୍ଲାସ୍‌

ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌, ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ ହେବନି କ୍ଲାସ୍‌

odisha school reopening

Advertisment

ଭୁବନେଶ୍ୱର: ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍‌। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।  ଏ ନେଇ ବିଭାଗୀୟ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।

Advertisment

ପୂର୍ବରୁ ଯେଉଁ ଏସ୍ଓପି ଜାରି କରାଯାଇଥିଲା, ତାକୁ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ। କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ।  ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ କ୍ଲାସ କରିପାରିବେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୧୬ରୁ ହଷ୍ଟେଲ ମଧ୍ୟ ଖୋଲି ପାରିବ ବୋଲି କୁହାଯାଇଛି। 

Advertisment

ସୂଚନାଥାଉ କି, ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଥିଲା। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଥିଲା। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। 

ଅନ୍ୟପକ୍ଷେ, ଅଗଷ୍ଟ ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଖୋଲିବ। କୋଭିଡ୍ ଗାଇଡ୍‌ଲାଇନ୍‌ ମଧ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ  ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର।

Advertisment
Odisha School Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ