Advertisment

Schools Reopening: ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ, ଟ୍ୱିନ୍‌ସିଟି ସମେତ ୨ଜିଲ୍ଲାରେ ଖୋଲିବନି

ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ । ଟ୍ୱିନ୍‌ସିଟିରେ କିନ୍ତୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଡାଇରିଆ ସ୍ଥିତିକୁ ନଜରରେ ରଖି ଆଉ ଦୁଇ ଜିଲ୍ଲାରେ ମଧ୍ୟ ବନ୍ଦ ରହିବ ସ୍କୁଲ କଲେଜ । ଏହି ଦୁଇ ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Schools to remain close

Schools to remain close

Advertisment

ସରିଲା ଖରାଛୁଟି । ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ । ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ଟ୍ୱିନ୍‌ସିଟି କଟକ-ଭୁବନେଶ୍ୱରରେ ସ୍କୁଲ ବନ୍ଦ ରହିଛି । ସେପଟେ ବିଭିନ୍ନ ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲୁଥିବାବେଳେ କାଲି ଯାଏଁ ଭଦ୍ରକ, ୨୪ ଯାଏଁ ଯାଜପୁରରେ ସବୁ ସ୍କୁଲ ଛୁଟି ରହିବ। 

Advertisment

ଏହି ଦୁଇ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିକୁ ନଜରରେ ରଖି ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକରେ ୨୧ ତାରିଖ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । 

ସେହିଭଳି ଡାଇରିଆ ପାଇଁ ଯାଜପୁର ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାରେ ସମସ୍ତ ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ବି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀମାନେ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବାକୁ ନିର୍ଦ୍ଦେଶ ରହିଛି ।

Advertisment

ଅଧିକ ପଢନ୍ତୁ: କାଲି ଖୋଲିବନି ସ୍କୁଲ

Odisha Schools Reopening Diarrhea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: