Advertisment

ସ୍କୁଲ ମାଟି ମାଡି ପିଲା ଖୁସି ହେଲେ ଅଭିଭାବକଙ୍କ ମନରେ ଭୟ

ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ ।

School Reopening

School Reopening

Advertisment

ଭୁବନେଶ୍ୱର: ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ । ପିଲାଙ୍କ ମନରେ ଭରପୁର ଉତ୍ସାହ ଭରି ରହିଛି । ସଂକ୍ରମଣର ଭୟ ଭିତରେ ପାଠ ପଢାରେ ଧୀରେ ଧୀରେ ଫେରୁଛି ସ୍ୱାଭାବିକତା । ପିଲାଏ ସ୍କୁଲ୍ କୁ ଆସି ଯେତିକି ଖୁସି, ଶିକ୍ଷକଙ୍କ ମୁଣ୍ଡରେ ସେତିକି ଗୁରୁ ଦାୟିତ୍ୱ ରହିଛି । ଯଥା ସମୟରେ କୋର୍ସ ସାରିବାକୁ ଶିକ୍ଷକଙ୍କ ଲକ୍ଷ୍ୟ ରହିଛି ।

Advertisment

ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀର ପାଠପଢା । କ୍ଲାସ୍ ରୁମରେ ଆଜି ପିଲାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା, ଯେମିତିକି ଅନ୍ଲାଇନ୍ ଶିକ୍ଷା କେମିତି ଥିଲା? ସ୍କୁଲ୍କୁ ଆସି କେମିତି ଲାଗୁଛି? ଜର ଥଣ୍ଡା କାଶ ଲକ୍ଷଣ ଅଛି କି ନାହିଁ? ଏମିତି ହାଲୁକା ଫୁଲକା ପରିବେଶ ପ୍ରଥମ ଦିନର ସ୍କୁଲ ଆରମ୍ଭ ହୋଇଥିଲା । କୋଭିଡ୍ ଗାଇଡ ଲାଇନ୍ କିପରି ପାଳନ କରିବେ ତାକୁ ମଧ୍ୟ ବୁଝାଯାଇଛି । ସକାଳ ସାଢେ ନଅ ରୁ ଦିନ ଗୋଟାଏଁ ଯାଏ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠପଢ଼ା ଚାଲିଥିଲା । ପ୍ରବେଶ ସମୟରେ ଅଭିଭାବକଙ୍କ ସମ୍ମତି ପତ୍ର ଦାଖଲ କରିଥିଲେ ଛାତ୍ରଛାତ୍ରୀ । ଏହାପରେ ପିଲାଙ୍କ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ କରି କ୍ଲାସ୍ ରୁମକୁ ଛଡାଯାଇଥିଲା । ଦେଢ ବର୍ଷ ପରେ ସ୍କୁଲ୍ କୁ ଫେରି ବେଶ୍ ଖୁସି ଅଛନ୍ତି ଛାତ୍ରଛାତ୍ରୀ ।

ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍କୁଲଗୁଡ଼ିକରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କୁଲ୍ ଆରମ୍ଭ ହୋଇଛି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଯାଏ ଶ୍ରେଣୀ ଖୋଲା ଯାଇଥିଲା । ଏବେ ପୁଣି ଷଷ୍ଠ ଓ ସପ୍ତମ ଖୋଲିଥିବାରୁ କ୍ୟାମ୍ପସରେ ଗହଳି ବଢିବାରେ ଲାଗିଛି । ପିଲାଙ୍କ ପାଇଁ ଭ୍ୟାକ୍ସିନ ଆସିନଥିବା ବେଳେ ସେପଟେ ତୃତୀୟ ଲହର ଆଶଙ୍କା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଅଭିଭାବକଙ୍କ ମନରେ ଶଙ୍କା ରହିଛି ତଥାପି ପିଲାଙ୍କ କ୍ୟାରିୟରକୁ ଗୁରୁତ୍ୱ ଦେଇ ସ୍କୁଲକୁ ଛାଡିଛନ୍ତି ଅଭିଭାବକ ।

Advertisment

ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ଏଯାଏ ନିଆଯାଇନାହିଁ । ସେପଟେ ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ୍ ବନ୍ଦ ରହିଥିବାରୁ ଡ୍ରପ୍ ଆଉଟ୍ ହାର ବଢିବାରେ ଲାଗିଛି । କରୋନା ପାଇଁ ପିଲାଙ୍କ କ୍ୟାରିୟର ପ୍ରଭାବିତ ହେଉଥିବା ବେଳେ ଭିତ୍ତିଭୂମି ନଥିବା ସ୍କୁଲ୍ ଗୁଡିକରେ ସଂକ୍ରମଣମୁକ୍ତ ଶିକ୍ଷା କିପରି ମିଳିବ ତାଉପରେ ନଜର ରଖାଯାଇଛି ।

Odisha School Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ