Advertisment

ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

ଅଦ୍ୟତନ ହୋଇଛି
ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

odisha school reopening

Advertisment

ଭୁବନେଶ୍ୱର: ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କୁ କ୍ଲାସ୍‌ ରୁମ୍‌ ଭିତରକୁ ଛଡ଼ା ଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି କ୍ଲାସ ରୁମରେ ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ତେବେ ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍‌ ହେବ ନାହିଁ। କୋଭିଡ କଟକଣା ମଧ୍ୟରେ ପାଠପଢ଼ା ହେବ।

Advertisment

କ୍ଲାସ୍‌ ଆରମ୍ଭ ହେବା ନେଇ ବିଭାଗୀୟ ସଚିବ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ।ପୂର୍ବରୁ ଯେଉଁ ଏସ୍ଓପି ଜାରି କରାଯାଇଥିଲା, ତାକୁ ପାଳନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ।କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ।  ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ରେ କ୍ଲାସ କରିପାରିବେ।ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠୁ ହଷ୍ଟେଲ ମଧ୍ୟ ଖୋଲିଛି। 

Advertisment

ସୂଚନାଥାଉ କି, ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ଭଲ ଭାବରେ ଶ୍ରେଣୀଗୃହ ଗୁଡ଼ିକ ସାନିଟାଇଜ୍‌ କରାଯାଇଥିଲା। ସାନିଟାଇଜର ଓ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଭିତରକୁ ଛଡ଼ା ଯାଇଥିଲା। ସମସ୍ତ ସ୍କୁଲରେ ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ ହୋଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। 

ଅନ୍ୟପକ୍ଷେ, ଅଗଷ୍ଟ ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଖୋଲିଛି। କୋଭିଡ୍ ଗାଇଡ୍‌ଲାଇନ୍‌ ମଧ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ସରକାର।

Advertisment
Odisha School Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ