Plus Two Exams In Odisha
ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ। ରାଜ୍ୟରେ ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ହେବା ନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କୋହଳ କରାଯାଇଛି। ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି।
- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମିଳିବ ମାର୍କ
- ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡ୍ର ୨୦% ଅନୁସାରେ ମାର୍କ
- ଏହି ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647501657.jpg)