Advertisment

ଜୁନ୍ ୨ରୁ +୨ ଖାତାଦେଖା

ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ।

ଅଦ୍ୟତନ ହୋଇଛି
Plus Two Exam Mark Evaluation Will Start From June 2

Plus Two Exam Mark Evaluation Will Start From June 2

Advertisment

ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ। ୨ଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଭିକୁ ସୂଚନା ଦିଆଯାଇଛି।

Advertisment

ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବାକୁ ଥିବାବେଳେ  ଜୁନ୍ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ।

ସୂଚନାଥାଉ କି, ଗତ ଏପ୍ରିଲ ୨୮ରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୪ ପର୍ଯ୍ୟନ୍ତ ଏହା ଚାଲିବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଛି। ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ତେବେ ମେ’ ୩୧ରେ ହେବାକୁ ଥିବା ପରୀକ୍ଷାକୁ ଜୁନ୍‌ ୪କୁ ଘୁଞ୍ଚାଇ ଦିଆଯାଇଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏହି ପରୀକ୍ଷାକୁ ଘୁଞ୍ଚା ଯାଇଛି।

Advertisment

CHSE ବିଜ୍ଞପ୍ତି ଅନୁସାରେ, ମେ’ ୩୧ରେ Mathematics (Arts/Science), Home Science (Arts) and BFC-Biology (vocational) ପରୀକ୍ଷା ହେବାର ଥିଲା। ହେଲେ ବ୍ରଜରାଜନଗର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ୍‌ ୪କୁ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି।  

CHSE Plus 2 Exam Plus Two Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ