+୨ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ, ମୋଟ ୭୦,୧୦୫ ପିଲା ମନୋନୀତ

ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିତରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

Second cut-off marks for Plus II

ଯୁକ୍ତ ଦୁଇ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧ ଶହ ୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯ଶହ ୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେହିପରି ସଂସ୍କୃତରେ ୩୫୩ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ପ୍ରଥମ ମେଧା ତାଲିକାରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି ।....

ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ  

ଜୁଲାଇ ୬ରେ ପ୍ରକାଶ ପାଇଥିଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିଲା । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଥିଲା । ସେହିଭଳି କଳାରେ ବି ୮୦% ସହ ଆଗରେ ରହିଥିଲା ରେଭେନ୍ସା । ଦ୍ୱିତୀୟରେ ୭୮% ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୮.୬୭% ସହ ଟିଟଲାଗଡ଼ ଡିଏଭି ହାଇଅର ସେକେଣ୍ଡାରୀ ସ୍କୁଲ ରହିଥିଲା । ବାଣିଜ୍ୟରେ ବି ରେଭେନ୍ସା ୭୯. ୨୦% କଟ୍ ଅଫ୍ ମାର୍କ ସହ ଆଗରେ ରହିଥିଲା ।

ତା’ପରେ ଜୁଲାଇ ୭ରୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଥିଲା । ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିଥିଲା ।