Advertisment

ସ୍କୁଲ୍‌ ଫେରିଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ, ଆରମ୍ଭ ହେଲା କ୍ଲାସ୍‌ରୁମ୍‌ ପାଠପଢ଼ା

ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।

ଅଦ୍ୟତନ ହୋଇଛି
students

students

Advertisment

ଭୁବନେଶ୍ୱର: ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସକାଳ ସାଢେ ୯ଟାରେ କ୍ଲାସ୍ ଆରମ୍ଭ ହୋଇଥିବାବେଳେ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

ଛାତ୍ରଛାତ୍ରୀ ଯେଭଳି କରୋନା ସଂକ୍ରମଣ ନହୁଅନ୍ତି, ସେନେଇ ସତର୍କତାମୂଳକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ କରୋନା କଟକଣା ନିୟମ ପାଳନ କରିବାକୁ କୁହାଯାଇଛି। ସ୍କୁଲ୍‌ରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି।  

କୋଭିଡ୍ ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ଯଦିଓ ଅନ୍‌ଲାଇନ୍‌ରେ କ୍ଲାସ୍ ଚାଲିଥିଲା, ହେଲେ ଏହା ସେତେଟା ପ୍ରଭାବୀ ହୋଇପାରିନଥିଲା। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି। ବର୍ତ୍ତମାନ ସ୍କୁଲରେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପାଠପଢ଼ା ଚାଲିଛି। ପ୍ରତିଦିନ ସ୍କୁଲ କ୍ୟାମ୍ପସ୍‌କୁ ସାନିଟାଇଜ୍ କରାଯାଉଛି। 

Advertisment
School Reopening School Reopening In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ