Advertisment

ପିଲା ପଚାରିଲେ ପରୀକ୍ଷାରେ କପି କେମିତି ବନ୍ଦ ହେବ ? କ’ଣ କହିଲେ ପ୍ରଧାନମନ୍ତ୍ରୀ, ଶୁଣନ୍ତୁ...

ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Pariksha Pe Charcha 2023: Odisha Boy seek advice from PM Modi on ways to end cheating in exams

Pariksha Pe Charcha 2023: Odisha Boy seek advice from PM Modi on ways to end cheating in exams

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ’ ଚର୍ଚ୍ଚାରେ ଦେଶର ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଯୋଗ ଦେଇଥିଲେ। ପିଲାମାନେ ସେମାନଙ୍କ ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ସିଧାସଳଖ ଉତ୍ତର ଦେଇଥିଲେ।

Advertisment

ତେବେ ସବୁଠୁ ରୋଚକ ପ୍ରଶ୍ନଟିଏ ପଚାରିଛନ୍ତି ଓଡ଼ିଶା ର ତନ୍ମୟ ବିଶ୍ୱାଳ। ତାଙ୍କ ପ୍ରଶ୍ନଟି ଥିଲା ଆଜିକାଲି କପି ଏକ ମାରାତ୍ମକ ବ୍ୟାଧି ଭଳି ମାଡ଼ିଯାଉଥିବା ବେଳେ ଏହାକୁ କେମିତି ରୋକାଯିବ। ତେବେ ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନଟି ଶୁଣିବା ପରେ କିଛି ସମୟ ପାଇଁ ଭାବୁକ ହୋଇଯାଇଥିଲେ। 

ଅଧିକ ପଢ଼ନ୍ତୁ: ପରୀକ୍ଷା ପେ’ ଚର୍ଚ୍ଚା: ‘ସ୍ମାର୍ଟ ଉପାୟରେ ହାର୍ଡ ୱାର୍କ କର, ମା’ଙ୍କଠୁ ଶିଖ ଟାଇମ୍ ମ୍ୟାନେଜମେଣ୍ଟ’

Advertisment

ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଥିଲା ଏହିପରି। ମୋଦି କହିଲେ, ଆଜିକାଲିର ପିଲାମାନେ ବହୁତ କ୍ରିଏଟିଭ୍। ତେବେ କିଛି ପିଲା ଏହି କ୍ରିଏଟିଭ୍ ବୁଦ୍ଧିକୁ କପି କରିବାରେ ଲଗାଉଛନ୍ତି। ସେମାନେ ଏଭଳି କ୍ରିଏଟିଭ୍ ଢଙ୍ଗରେ କପି ନେଉଛନ୍ତି ଯେ, ପରୀକ୍ଷା ହଲ୍‌ରେ ଥିବା ଶିକ୍ଷକମାନେ ବୋକା ବନି ଯାଉଛନ୍ତି। ଏହି କ୍ରିଏଟିଭ ବୁଦ୍ଧିକୁ ଯଦି ପିଲାଏ ପାଠପଢ଼ାରେ ଲଗାନ୍ତେ, ତେବେ ସେମାନେ ବିନା କପିରେ ବି ଭଲ କରିପାରନ୍ତେ। 

କପି କରୁଥିବା ପିଲାଏ ପରୀକ୍ଷାରୁ ବାହାରିବା ପରେ କହିବାକୁ ବି ଭୁଲୁ ନାହାନ୍ତି...ମୁଁ ଆଜି ଆମ ଇନଭିଜିଲେଟରକୁ ବୋକା ବନେଇଦେଲି, ମୁଁ କପି କଲି ସେ ଜାଣିପାରିଲାନି। ମୋଦି ଏହି କଥାକୁ ହାଲକା ଫୁଲକା ଭାବେ କହିଥିଲେ ମଧ୍ୟ ଏହା ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ତେବେ ମୋଦି ପ୍ରାରମ୍ଭରେ ଏହି ପରୀକ୍ଷା ପେ’ ଚର୍ଚ୍ଚା ତାଙ୍କ ପାଇଁ ମଧ୍ୟ ଏକ ପରୀକ୍ଷା ବୋଲି କହିଥିଲେ।

Advertisment
PM Narendra Modi Pariksha Pe Charcha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ