Advertisment

ଏହି ସ୍କୁଲ୍‌ରେ ଅଜବ ନିୟମ; ପିଲା ଅନୁପସ୍ଥିତ ରହିଲେ ବାପାମାଆଙ୍କୁ ଜେଲ୍ !

ଏମିତି ଏକ ସ୍କୁଲ୍ ଯେଉଁଠି ଅଛି ବିଚିତ୍ର ନିୟମ। ଏଠି ପିଲା ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ। ଏହି ଦଣ୍ଡ ପିଲାଙ୍କୁ ନୁହେଁ, ବାପାମାଆଙ୍କୁ ମିଳେ।

ଅଦ୍ୟତନ ହୋଇଛି
parents are sent to jail if children remain absent in school

parents are sent to jail if children remain absent in school

Advertisment

ଥରେ ନିଜ ସ୍କୁଲ ଦିନ କଥା ଭାବିଲେ! ଯେଉଁ ଦିନ ସ୍କୁଲକୁ ଯାଇ ନଥିବ, ପରଦିନ ଗଲେ ଶିକ୍ଷକମାନଙ୍କ ମାଡ-ଗାଳି ସହିବା ନିଶ୍ଚିତ। ଆପଣଙ୍କୁ ଛୁଟି ଦରଖାସ୍ତ ଲେଖିବାକୁ କୁହାଯିବ। ପିଲାମାନେ ଯଦି ଦୀର୍ଘ ଦିନ ଧରି ସ୍କୁଲକୁ ନ ଆସିଲେ ଅଭିଭାବକଙ୍କୁ ଡକାଯାଏ। କିନ୍ତୁ ଆମେ ଏମିତି ଏକ ସ୍କୁଲର କଥା କହିବୁ ଯେଉଠି ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ।

Advertisment

ଏକ ରିପୋର୍ଟ ଅନୁଯାୟୀ ଏହି ସ୍କୁଲ ରହିଛି ସାଉଦି ଆରବରେ। ଏଠାରେ ୨୦ ଦିନ ସ୍କୁଲ୍‌ରେ ଅନୁପସ୍ଥିତ ରହିଲେ ବାବାମାଆଙ୍କୁ କୋର୍ଟରେ ହାଜର ହେବାକୁ ପଡେ। ଛୁଟି ପାଇଁ ଯଦି କୌଣସି ବୈଧ କାରଣ ନ ମିଳେ, ତେବେ ବାପାମାଆଙ୍କୁ ଜେଲ୍ ମଧ୍ୟ ହୋଇପାରେ। ଏହା ଶୁଣି ଯଦି ଆଶ୍ଚର୍ଯ୍ୟ ଲାଗୁଛି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟ ଉପରେ ନଜର ପକାନ୍ତୁ।

ଅଭିଭାବକଙ୍କୁ ମିଳେ ୩ ଚେତାବନୀ:

ସାଉଦି ଆରବର ଏହି ବିଚିତ୍ର ନିୟମ ଅନୁଯାୟୀ, ଯଦି ଜଣେ ଛାତ୍ର ୩ ଦିନ ଛୁଟି ନିଏ ତେବେ ପ୍ରାରମ୍ଭିକ ଚେତାବନୀ ଦିଆଯାଏ। ଯଦି ଛାତ୍ର ତଥାପି ସ୍କୁଲ୍‌କୁ ନ ଆସେ ଏବଂ ଲଗାତାର ୫ ଦିନ ଅନୁପସ୍ଥିତ ରହେ, ତେବେ ଦ୍ୱିତୀୟ ଚେତାବନୀ ଦିଆଯାଏ। ଅଭିଭାବକମାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଏ। ଏଥି ସହିତ, ୧୦ ଦିନ ଅନୁପସ୍ଥିତ ରହିବା ପରେ, ତୃତୀୟ ଚେତାବନୀ ଦିଆଯାଏ ଏବଂ ଅଭିଭାବକଙ୍କୁ ବିଦ୍ୟାଳୟକୁ ଡକାଯାଏ।

Advertisment

୨୦ ଦିନ ଅନୁପସ୍ଥିତ ରହିଲେ:

୧୫ ଦିନ ଧରି ସ୍କୁଲ୍‌ରୁ ନିରନ୍ତର ଅନୁପସ୍ଥିତ ରହିଲେ ଛାତ୍ରଙ୍କୁ ଶିକ୍ଷା ବିଭାଗ ମାଧ୍ୟମରେ ଅନ୍ୟ ସ୍କୁଲ୍‌କୁ ସ୍ଥାନାନ୍ତର କରିଦିଆଯାଏ। କିନ୍ତୁ ଏହା ପରେ ମଧ୍ୟ ଯଦି ଛାତ୍ର କୌଣସି ସ୍ପଷ୍ଟ କାରଣ ବିନା ୨୦ ଦିନ ସ୍କୁଲ୍‌କୁ ନ ଆସନ୍ତି, ତେବେ ଶିକ୍ଷା ବିଭାଗ ଏହା ଉପରେ ଶିଶୁ ସୁରକ୍ଷା ଆଇନ ବ୍ୟବସ୍ଥା ଲାଗୁ କରେ। ଏଭଳି ପରିସ୍ଥିତିରେ ସ୍କୁଲରେ ଅନୁପସ୍ଥିତ ଥିବା ଛାତ୍ରର ବାପାମାଆଙ୍କୁ ଜେଲକୁ ମଧ୍ୟ ପଠାଯାଇପାରେ।

Ajab Gajab Ajab Gajab News Weird News Saudi Arab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ