Advertisment

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ OPSCକୁ ନେଇ ବିବାଦ

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ୍‌ ସର୍ଭିସ କମିଶନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ UPSC ପରୀକ୍ଷା ସମୟରେ ଚଳିତ ବର୍ଷ ପୁଣି OPSC ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
OPSC

OPSC

Advertisment

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ ବୋର୍ଡ ବିବାଦ ପରେ ଏବେ ଓପିଏସସି ବା ଓଡିଶା ପବ୍ଲିକ୍‌ ସର୍ଭିସ କମିଶନକୁ ନେଇ ବିବାଦ ଦେଖା ଦେଇଛି। ତ୍ରୁଟିପୂର୍ଣ୍ଣ ପରୀକ୍ଷା ସହ UPSC ପରୀକ୍ଷା ସମୟରେ ଚଳିତ ବର୍ଷ ପୁଣି OPSC ପରୀକ୍ଷା କରିବା ନିଷତ୍ତିକୁ ପରୀକ୍ଷାର୍ଥୀ ବିରୋଧ କରିଛନ୍ତି।  

Advertisment

୨୦୧୭ ମସିହାରେ ରଜତ କୁମାର ମିଶ୍ର ନାମକ ଜଣେ ପରୀକ୍ଷାର୍ଥୀ OPSC ପରୀକ୍ଷା ଦେଇଥିଲେ। ହେଲେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଯୋଗୁ ସେ ବାଦ୍‌ ପଡିଥିବା ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତାର ନକଲ ପାଇବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୂଲ୍ୟାଙ୍କନରେ ତ୍ରୁଟି ଥିଲା। ଏସମ୍ପର୍କରେ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ କର୍ତ୍ତୃପକ୍ଷ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏମତିକି ଜଣେ ପରୀକ୍ଷାର୍ଥୀ ଗୋଟିଏ ବିଷୟରେ ପରୀକ୍ଷା ନ ଦେଇ ମଧ୍ୟ ମେରିଟ ଲିଷ୍ଟରେ ତାଙ୍କ ନାଁ ବାହାରିଥିବା ସେ ଅଭିଯୋଗ କରିଛନ୍ତିା ପରୀକ୍ଷା ଫଳ ପ୍ରତିବର୍ଷ ବାହାର ନକରି ଜାଣିଶୁଣି ବିଳମ୍ବ କରି ପରବର୍ତ୍ତୀ ବର୍ଷ ପାଇଁ କିଭଳି ପରୀକ୍ଷା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ସୂଚନାଥାଉ କି, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ କିଛିଦିନ ପୂର୍ବେ ଗିରଫ କରିଥିଲା।ତଦନ୍ତରୁ ଜଣାପଡ଼ିଥିଲା, କିରାଣୀରୁ କୋଟିପତି ପିଏସ୍ ବନିଥିବା ବିରଞ୍ଚି ଖାଲି ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ନ ଥିଲେ, ଶିକ୍ଷିତ ବେକାରୀଙ୍କ ଆଗରେ ସେ ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ୍‌ କରିଥିଲେ। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରାଯାଇଥିଲା।

OPSC OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ