Advertisment

ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।

ଅଦ୍ୟତନ ହୋଇଛି
undefined

ପିଜିଆଇ ରିପୋର୍ଟ

Advertisment

ସରକାରଙ୍କ ପୋଲ୍ ଖୋଲିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ରିପୋର୍ଟ୍। ସ୍କୁଲ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ୨୪ ନମ୍ବର ସ୍ଥାନକୁ ଖସିଗଲା ରାଜ୍ୟ। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ରେଜଲ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ମିଳିଛି ଏଭଳି ରାଙ୍କ। ଯାହାକି ଫାଇଭ୍ ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରିଥିଲା ବେଳେ ରାଜ୍ୟ ସ୍କୁଲ ଶିକ୍ଷାର ଏଭଳି ଅଧୋଗତିକୁ ନେଇ ରାଜନୀତି ବି ତେଜିଛି।

Advertisment

ରାଜ୍ୟରେ ସ୍କୁଲ ଶିକ୍ଷାର ବିକଳ ସ୍ଥିତି, ତଳମୁହାଁ ଓଡ଼ିଶାର ଗତି। ଗୋଟିଏ ବର୍ଷରେ ୧୦ରୁ ୨୪କୁ ଖସିଗଲା ରାଙ୍କ। ପିଜିଆଇ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଉଦବେଗ। ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ। ଶିକ୍ଷା ବ୍ୟବସ୍ଥା, ରେଜଲ୍ଟ, ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ବାତାବରଣ, ଭିତ୍ତିଭୂମି, ଛାତ୍ର ଶିିକ୍ଷକ ଅନୁପାତ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସର୍ଭେରେ ସାରା ଦେଶରେ 24 ନମ୍ବରକୁ ଖସିଯାଇଛି ଓଡ଼ିଶା।

ହଜାରେ ପଏଣ୍ଟ କୁ ନେଇ ୬ଟି ବିଭାଗରେ ହୋଇଥିବା ମୂଲ୍ୟାୟନରୁ ଓଡ଼ିଶା ପାଇଛି ୫୧୭.୧ ପଏଣ୍ଟ। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରକାଶିତ ଏଇ ରିପୋର୍ଟରେ 659 ପଏଣ୍ଟ ସହ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛି। ତେବେ ରାଜ୍ୟରେ ଶିକ୍ଷାର ଏଭଳି ପ୍ରଦର୍ଶନରେ ଅଭିଭାବକଙ୍କ ଠାରୁ ଆରମ୍ଭ କରି 
ଶିକ୍ଷାବିତ୍ ଯାଏ, ସମସ୍ତେ ଚିନ୍ତା ବ୍ୟକ୍ତ କରିଛନ୍ତି।

Advertisment

୨୦୧୯-୨୦ରେ ୧୪  ଓ ୨୦୨୦-୨୧ରେ ପିଜିଆଇ ସୂଚକାଙ୍କରେ ସାରା ଦେଶରେ ୧୦ମ ସ୍ଥାନରେ ଓଡ଼ିଶା। ହେଲେ ବର୍ଷକ ଭିତରେ କାହିଁକି ଏ ଦୟନୀୟ ପ୍ରଦର୍ଶନ ତାହା ହିଁ ବଡ଼ ପ୍ରଶ୍ନ। ୫T ସ୍କୁଲ ରୁପାନ୍ତରୀକରଣ ମାଧ୍ୟମରେ ସରକାରୀ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ସହ ଶିକ୍ଷାର ମାନ ବଢୁଥିବାର ଡିଣ୍ଡିମ ପିଟା ଚାଲିଛି। ପ୍ରତିଦିନ ସ୍କୁଲ ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା ହେଉଛି। ଏପରିକି ଉପକୂଳରୁ ଉପାନ୍ତ- ସବୁଠି ସ୍ମାର୍ଟ କ୍ଲାସ ରୁମ୍ ପ୍ରତିଷ୍ଠା ଚାଲିଛି। ହେଲେ ଏସବୁ ଯେ କେବଳ ଭେଳିକି ତାହା ପିଜିଆଇ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

କଡ଼ା ଭାଷାରେ ସମାଲୋଚନା କରି ବିଜେପି କହିଛି ସ୍କୁଲ ରୂପାନ୍ତରୀକରଣ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ। ସ୍କୁଲ ଭିତ୍ତିଭୂମି ଆଦୌ ଠିକ୍ ନାହିଁ। କଂଗ୍ରେସ କହିଛି ପିଜିଆଇ ରିପୋର୍ଟ ରାଜ୍ୟ ସରକାରଙ୍କ ପ୍ରକୃତ ମୁଖା ଖୋଲିଦେଇଛି। ହେଲେ ବିଜେଡ଼ି, କେନ୍ଦ୍ର ସରକାରଙ୍କ ଏ ରିପୋର୍ଟକୁ ସହଜରେ ଗ୍ରହଣ କରିପାରୁନି। ଗୁଣାତ୍ମକ ଶିକ୍ଷା ବର୍ଗରେ ଓଡ଼ିଶା ୨୪୦ ରୁ ମାତ୍ର ୬୫.୨୦ ସ୍କୋର ପାଇଥିବା ବେଳେ ଭିତ୍ତିଭୂମି ପାଇଁ ୧୯୦ ପଏଣ୍ଟ ରୁ ୬୦.୨୦ ସ୍କୋର ପାଇଛି। ତେଣୁ ଏଠି ପ୍ରଶ୍ନ, ବାସ୍ତବରେ ସ୍କୁଲ ରୂପାନ୍ତରିକରଣ ଦ୍ବାରା ଶିକ୍ଷାକ୍ଷେତ୍ରରେ ଉନ୍ନତି ଆସୁଛି ନା ଏହା ପଲିଟିକାଲ ଷ୍ଟଣ୍ଟ।

Advertisment
Schools 5T
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ