Advertisment

ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି।

ଅଦ୍ୟତନ ହୋଇଛି
NIT Roulkela

NIT Roulkela

Advertisment

ଭୁବନେଶ୍ୱର: NIRF ରାଙ୍କିଙ୍ଗରେ ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାରୁ ୪। ସୋଆ ୟୁନିଭରସିଟି ସାମଗ୍ରିକ ବର୍ଗରେ ୩୭ ତମ ସ୍ଥାନରେ ଥିବା ବେଳେ ୩୯ ତମ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ। ସେହିଭଳି ଏନଆଇଟି ରାଉରକେଲା ୪୧ ନମ୍ବର ଓ ଭୁବନେଶ୍ୱର ଆଇଆଇଟି ୫୮ ନମ୍ବର ସ୍ଥାନରେ ରହିଛି। ଦେଶର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ମଧ୍ୟ ସୋଆକୁ ୨୦ତମ ସ୍ଥାନ ମିଳିଛି। ୨୧ତମ ସ୍ଥାନରେ ରହିଛି କିଟ୍  ବିଶ୍ୱବିିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ତାଲିକାର ୮୭ତମ ସ୍ଥାନ ରହିଛି। ବୈଷୟିକ ଶିକ୍ଷାନୁଷ୍ଠାନ ବର୍ଗରେ ରାଉରକେଲାର ଏନଆଇଟି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରୁ ୨୦ତମ ସ୍ଥାନରେ ରହିଛି।

Advertisment

ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି।

ସେହିଭଳି ଆଇଆଇଏମ୍ ସମ୍ବଲପୁର ଓ ଆଇଆଇଏମ୍ ଭୁବନେଶ୍ୱର ଯଥାକ୍ରମେ ୬୧ ଓ ୬୨ ତମ ସ୍ଥାନରେ ରହିଛନ୍ତି। ଦେଶର ଶ୍ରେଷ୍ଠ ୫୦ଟି ମେଡିକାଲ ଶିକ୍ଷାନୁଷ୍ଠାନ ମଧ୍ୟରୁ ସୋଆ ୨୧, ଏମ୍‌ସରେ ଭୁବନେଶ୍ୱର ୩୧ ଓ ଏସସିବି କଟକ ୩୯ତମ ସ୍ଥାନରେ ରହିଛନ୍ତି।

Advertisment
Odisha News Top Indian Universities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ