Advertisment

ପାଗ ଅନୁକୂଳ ଥିବାରୁ କାଲିଠୁ ସ୍ୱାଭାବିକ ହେବ ସ୍କୁଲ

ଖରା ଛୁଟି ପରେ ସ୍କୁଲ୍‌ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲିନଥିଲା।

Reopening Of Schools

Reopening Of Schools

Advertisment

ରାଜ୍ୟରେ ପାଗ ଅନୁକୂଳ ଥିବାରୁ ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍କୁଲ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସକାଳ ସାଢେ ୬ରୁ ସାଢେ ୧୦ଟା ଯାଏଁ ସ୍କୁଲ ଖୋଲାଯାଇଥିଲା। ଏଥିସହ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଗଣିତରେ ଛାତ୍ରଛାତ୍ରୀଙ୍କ ଭଲ ଜ୍ଞାନ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ।

Advertisment

ଖରା ଛୁଟି ପରେ ସ୍କୁଲ୍‌ଗୁଡ଼ିକ ମଙ୍ଗଳବାର (ଜୁନ୍ ୧୮) ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲିନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା।

ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜରେ ୨୦ ଯାଏଁ ଛୁଟି ଘୋଷଣା କରିଥିଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ଜିଲ୍ଲାପାଳ। ସ୍କୁଲ୍ ଖୋଲିବା ନେଇ ସ୍ଥିତି ଦେଖି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

Advertisment

Reopening Of Schools
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ