Advertisment

୧୧ ଦିନହେଲା ପାଠପଢ଼ା ଠପ୍, ଆଜି ବାହାରିବ କି ନିଷ୍କର୍ସ ?

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ..

Odisha primary teachers' protest

Odisha primary teachers' protest

Advertisment

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଅପରାହ୍ଣ ଗୋଟାଏରେ ବସୁଛି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ । ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ କରାଯାଇଛି । ଗତ ୧୧ ଦିନ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଏକପ୍ରକାର ଠପ୍ ହୋଇଯାଇଛି । ଗତକାଲି ଷ୍ଟିୟରିଂ କମିଟି ବି ସଫା ସଫା କହିଥିଲା, ଏବେ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନି। ଏପରିକି ଆନ୍ଦୋଳନ ଆରମ୍ଭ ହୋଇନଥିବା ଜିଲ୍ଲାକୁ ପ୍ରତିନିଧି ଦଳ ଯିବେ ଏବଂ ସେଥିପାଇଁ ୫ଟି ଜୋନ୍ କରାଯାଇ ଦାୟିତ୍ବ ମଧ୍ୟ ଦିଆଯାଇଛି।

Advertisment

ସେପଟେ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଠପ୍ ହୋଇଯିବାରୁ ଚିନ୍ତାରେ ଅଭିଭାବକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବାରୁ ଆଜି ଠାରୁ ସ୍କୁଲ୍ ଆଗରେ ଧାରଣା ଦେବାକୁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଦିନକ ପରେ ବିଦ୍ୟାଦାତା ଗଜାନନଙ୍କ ପୂଜା । ମାତ୍ର ଶିକ୍ଷକମାନେ ଆନ୍ଦୋଳନରେ ଥିବାରୁ ଗଣେଶ ପୂଜା ପ୍ରସ୍ତୁତିର ଧୁମ୍ ସ୍କୁଲରେ ଦେଖିବାକୁ ମିଳିନି ।

୧୧ ଦିନ ହେବ ଶିକ୍ଷକମାନେ ସ୍କୁଲକୁ ନଯିବା ଦ୍ୱାରା ପ୍ରାଥମିକ ଶିକ୍ଷା କ୍ଷେତ୍ର ଅତ୍ୟଧିକ ପ୍ରଭାବିତ ହୋଇଛି । ଗତକାଲି ବିଭିନ୍ନ ସ୍ଥାନକୁ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ଦାବି ପୂରଣ ପାଇଁ ଅଡି ବସିଛନ୍ତି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପି କହିଛି ସରକାରଙ୍କ ମାନସିକତା ନଥିବାରୁ ଏଭଳି ସ୍ଥିତି ଉପୁଜିଛି । କଂଗ୍ରେସର ଚେତାବନୀ ଶିକ୍ଷକଙ୍କ ଦାବି ଦିଗରେ ପଦକ୍ଷେପ ନିଆନଗଲେ ଜୋରଦାର ବିରୋଧ କରାଯିବ ।

Advertisment
Teacher Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ