Advertisment

ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, କରନ୍ତୁ ଆବେଦନ...

ଯେଉଁମାନେ ଓଡ଼ିଶାରେ UG, PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବେ ସେମାନେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ମେଧାବୀ ଛତ୍ର ପ୍ରୋତ୍ସାହନ ଯୋଜନା’ ପାଇପାରିବେ ।

Scholarship

Scholarship

Advertisment

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । UG (ଯୁକ୍ତ ତିନି), PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଆରମ୍ଭ ହେଲା ଅନଲାଇନ୍‌ ଆବେଦନ ପ୍ରକ୍ରିୟା । ଏହି ଛାତ୍ର ବୃତ୍ତି ପାଇବାକୁ ହେଲେ ଅନଲାଇନ୍‌ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ଛାତ୍ର ବୃତ୍ତି ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଆର୍ଥିକ ସହାୟତା ପ୍ରଦାନ କରିବ ।

Advertisment

ଯେଉଁମାନେ ଓଡ଼ିଶାରେ UG, PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବେ ସେମାନେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ମେଧାବୀ ଛତ୍ର ପ୍ରୋତ୍ସାହନ ଯୋଜନା’ ପାଇପାରିବେ । ଏହି ଯୋଜନା ମାଧ୍ୟମରେ UG ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ ଏବଂ ଏହି ବର୍ଗରେ ୧୦ ହଜାର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସେହିପରି ଯଦି ଆପଣ PG ଡିଗ୍ରୀ ପଢ଼ୁଥିବେ ତେବେ ଆପଣଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ କିନ୍ତୁ କେବଳ ୫ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତିର ଲାଭ ଉଠାଇବାକୁ ସମର୍ଥ ହେବେ ।

Advertisment

ସେହିପରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମରେ ପଢ଼ୁଥିବେ ସେମାନଙ୍କୁ ଏହି ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ମିଳିବ । ତେବେ କେବଳ ୧୦ ହଜାର ଛାତ୍ରଛାତ୍ରୀ ଏହି ବର୍ଗରେ ସାମିଲ ହୋଇପାରିବେ ।

ତେବେ ଏହି ଛାତ୍ରବୃତ୍ତି ଉପରେ ନିର୍ଭର କରି ଆବଶ୍ୟକ ଡକ୍ୟୁମେଣ୍ଟେସ୍‌ ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । ତଥାପି, କେତେକ ସାଧାରଣ ଡକ୍ୟୁମେଣ୍ଟ୍ସ ଯାହା ଏହି ଛାତ୍ରବୃତ୍ତି ଆବେଦନ କରିବା ସମୟରେ ଆବଶ୍ୟକ ହୋଇପାରେ...

Advertisment

ଡୋମିକାଇଲ୍ ସାର୍ଟିଫିକେଟ୍

ଆଧାର କାର୍ଡ

ଇନ୍‌କମ୍‌ ସାର୍ଟିଫିକେଟ୍‌

ଜାତି ପ୍ରମାଣପତ୍ର

ପୂର୍ବ ଶିକ୍ଷାବର୍ଷର ମାର୍କ ସିଟ୍

ବ୍ୟାଙ୍କ ଆକାଉଣ୍ଟ ବିବରଣୀ

ପାସପୋର୍ଟ ସାଇଜ୍‌ ଫଟୋ

ଆଡମିଶନ ରସିଦ / ଫି ରସିଦ

ବୋନାଫାଇଡ୍ ସାର୍ଟିଫିକେଟ୍

ପରିଚୟ ପ୍ରମାଣ (ଭୋଟର ପରିଚୟ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି)

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ https://scholarship.odisha.gov.in/website/scholarship-details  ଉପରେ କ୍ଲିକ୍‌ କରି ଦେଖିପାରିବେ ।

Scholarships
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ