Minister Samir Dash
ପରୀକ୍ଷା ହେବ, ତେଣୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।
ବିଶେଷ ପରିସ୍ଥିତିରେ ହୁଏତ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପରୀକ୍ଷା ଠିକ୍ ସମୟରେ ହେବା ସହ ଫଳାଫଳ ମଧ୍ୟ ଠିକ୍ ସମୟରେ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪,୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩,୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ ବହୁ ସ୍ଥାନରେ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି ବୋଲି ନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643008825.jpg)