ମାଟ୍ରିକରେ ପୁଣି ଝିଅଙ୍କ କମାଲ, ପଛରେ ପଡ଼ିଲେ ପୁଅ; ପାସ୍ ହାର ୯୬.୦୭ ପ୍ରତିଶତ

ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଏଥର ପାସ୍ ହାର ରହିଛି ୯୬.୦୭ ପ୍ରତିଶତ, ଯାହାକି ଗତବର୍ଷର ପାସ୍ ହାରଠାରୁ ସାମାନ୍ୟ କମ୍ । ତେବେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ ।

Matric exam

ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଏଥର ପାସ୍ ହାର ରହିଛି ୯୬.୦୭ ପ୍ରତିଶତ, ଯାହାକି ଗତବର୍ଷର ପାସ୍ ହାରଠାରୁ ସାମାନ୍ୟ କମ୍ । ତେବେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ । କୌଣସି ଗୋଟିଏ ବି ସ୍କୁଲରେ ଜିରୋ ରେଜଲ୍ଟ ହୋଇନି । ଫଳ ପ୍ରକାଶନ ସହ ଆଜିଠୁ ହିଁ ଅନଲାଇନରେ ସାର୍ଟିଫିକେଟ୍ ମିଳୁଛି ।

ଆସନ୍ତା ୨୯ ତାରିଖରୁ ରି-ଚେକିଂ ପାଇଁ ଆବେଦନ କରିହେବ । ତେବେ ଚଳିତ ବର୍ଷ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ରେଜଲ୍ଟ ପୁସ୍ତିକା ଉନ୍ମୋଚନ ହୋଇନଥିଲା କିମ୍ବା ବୋର୍ଡ ପକ୍ଷରୁ ପ୍ରେସମିଟ୍ କରାଯାଇନଥିଲା । କୃତୀ ଛାତ୍ରଛାତ୍ରୀଙ୍କ ମୁହଁରେ ମାଟ୍ରିକ୍ ସଫଳତାର ଖୁସି । ଫଳାଫଳ ଆସିବା ପରେ କିଏ ସ୍କୁଲ ପରିସରରେ ତ ଆଉ କିଏ ପରିବାର ଭିତରେ ବାଣ୍ଟୁଛନ୍ତି ଖୁସିର ଅଭୁଲା ମୁହୂର୍ତ୍ତ ।

ପ୍ରକାଶ ପାଇଛି ୨୦୨୩-୨୪ ଶିକ୍ଷାବର୍ଷର ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ % । ଯାହାକି ଗତବର୍ଷର ପାସ୍ ହାର ୯୬.୪୦ ପ୍ରତିଶତ ତୁଳନାରେ ସାମାନ୍ୟ କମ୍ । ତେବେ ଏଥର ମଧ୍ୟ ଆଗରେ ରହିଛନ୍ତି ଝିଅ । ଚଳିତ ଥର ଛାତ୍ରୀଙ୍କ ପାସ୍ ହାର ୯୬.୭୩% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୩୯% ।

ଜିଲ୍ଲାୱାରୀ ପାସ ହାରରେ ୯୭.୯୮% ସହ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ଆଉ ୯୩.୯୧% ପାସ୍ ହାର ସହ ପଛରେ ରହିଛି ନୂଆପଡ଼ା ଜିଲ୍ଲା । ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୪୧ ହଜାର ୬୧ ଛାତ୍ରଛାତ୍ରୀ । ସେ ଭିତରୁ ପାସ୍ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ପିଲା। A1 ଗ୍ରେଡ୍ ରଖିଛନ୍ତି ।

୨ ହଜାର ୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଏଥରକ ଉଲ୍ଲେଖନୀୟ ଦିଗ, କୌଣସି ଗୋଟିଏ ବି ସ୍କୁଲରେ ଶୂନ୍ ରିଜେଲ୍ଟ ହୋଇନି । ମାଟ୍ରିକ ପରୀକ୍ଷାର ଆଜି ରେଜଲ୍ଟ ଆସିଥିବା ବେଳେ ଅପରାହଣରୁ ହିଁ ଛାତ୍ରଛାତ୍ରୀଙ୍କୁ ମିଳିବା ଆରମ୍ଭ ହୋଇଛି ଡିଜିଟାଲ ସାର୍ଟିଫିକେଟ୍ । ସେହିଭଳି ଅଫଲାଇନରେ ସାରା ରାଜ୍ୟରେ ଗୋଟିଏ ଦିନରେ ସାର୍ଟିଫିକେଟ୍ ଦିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳକୁ ନେଇ କୌଣସି ଦ୍ୱନ୍ଦ୍ୱ ରହିଛି କିମ୍ବା ସେମାନେ ଉଚିତ୍ ମାର୍କ ପାଇନଥିବା ଅନୁଭବ କରିଛନ୍ତି, ସେମାନେ ଆସନ୍ତା ୨୯ ତାରିଖରୁ ରି-ଚେକିଂ ପାଇଁ ଆବେଦନ କରିପାରିବେ । ଏପଟେ ସବୁ ବର୍ଷ ଭଳି ଏ ବର୍ଷ ବି ମାଟ୍ରିକରେ ସଫଳତା ପାଇଛନ୍ତି ସାଧାରଣ ସୁବିଧାରୁ ବଞ୍ଚିତ ତଥା ଅବହେଳିତ ଅନେକ ଛାତ୍ରଛାତ୍ରୀ ।

କଟକରେ ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ ଆଶୁତୋଷ ସାହୁ ରେଭେନ୍ସା କଲେଜିଏଟ୍ ହାଇସ୍କୁଲରୁ ୫୫୨ ମାର୍କ ରଖି A1-ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଘର ଆର୍ଥିକ ଅବସ୍ଥା ଭଲ ନଥାଇ ବି ଦୃଢ଼ ପରିଶ୍ରମ ଓ ମନୋବଳ ତାଙ୍କୁ ସଫଳତା ଦେଇଛି । ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଜଣେ ଫଳ ଦୋକାନୀଙ୍କ ଝିଅ ରୂପା ସା ୫୪୦ ନମ୍ବର ସହ A1 ଗ୍ରେଡ୍ ପାଇ ବାପାଙ୍କ ସ୍ୱପ୍ନ ପୂରଣ କରିଛନ୍ତି ।

ସେପଟେ ଅନୁଗୁଳ ଜିଲ୍ଲା ସାନକନ୍ତକୂଳ ଗାଁର ଯାଆଁଳା ଭଉଣୀ ସୁଚରିତା ଓ ସୁଚିଶ୍ମିତା ପ୍ରଧାନ ଉଭୟେ A1 ଗ୍ରେଡ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଦୁଇ ଉଭଣୀଙ୍କ ଏହି ସଫଳତାରେ ତାଙ୍କ ପରିବାର ସହ ପୁରା ଗାଁରେ ଖୁସିର ମାହୋଲ ।