Advertisment

୨୯ରୁ ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି।

Odisha Matric Exam

Odisha Matric Exam

Advertisment

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। 

Advertisment

ଏହିସବୁ ପରୀକ୍ଷା ଲାଗି ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି।ନୋଡାଲ୍‌ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। 

ସୂଚନାଥାଉ କି, ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ମାଟ୍ରିକ ପରୀକ୍ଷା ସରିବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ୨ ଘଣ୍ଟା ସମୟ ରହିବ। କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ। ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ। ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସେହିଭଳି ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକ୍‌ଲେଟ୍‌ରେ ପରୀକ୍ଷାର୍ଥୀଙ୍କୁ ଲେଖିବାକୁ ହେବ।

Advertisment

ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ। ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳାଫଳ ନିର୍ଦ୍ଧାରଣ ହେବ। 

Odisha Matric Exam Matric Exam Matric Exam 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ