Advertisment

Matric Form Fill Up: ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍, ୧୮ ଯାଏ ଚାଲିବ ପ୍ରକ୍ରିୟା

ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ।

Matric form fillup

Matric form fillup

Advertisment

ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ପଢୁଥିବା ରେଗୁଲାର୍ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ହେବ। ସେହିଭଳି କରେସପଣ୍ଡେଣ୍ଟ ରେଗୁଲାର୍ ଓ କରେସପଣ୍ଡେଣ୍ଟ ଏକ୍ସ ରେଗୁଲାର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ଅଫଲାଇନରେ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।

Advertisment

ଆଜିଠାରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ର ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବେ । ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । ବୋର୍ଡର ୱେବସାଇଟ୍ www.bseodisha.ac.in ରୁ ଛାତ୍ରଛାତ୍ରୀମାନେ ଏସମ୍ପର୍କରେ ଅଧିକ ସୂଚନା ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ।

BSE Class 10 Exam Matric Exam Matric Exam Form Fill Up
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ