Advertisment

ଆଜିଠୁ ଓଜେଇଇ; କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେବ ପରୀକ୍ଷା

ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ । କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ପରୀକ୍ଷା..

ଅଦ୍ୟତନ ହୋଇଛି
Odisha Joint Entrance Examination (OJEE) 2022 begins today, June 4. Here are the details

Odisha Joint Entrance Examination (OJEE) 2022 begins today, June 4. Here are the details

Advertisment

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେବ । ଏଥିପାଇଁ ମୋଟ ୫୭ ହଜାର ୯ ଶହ ୧୮ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ସର୍ବାଧିକ ଲାଟେରାଲ ଏଣ୍ଟ୍ରିଟୁ ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି. ଫାର୍ମା ପାଇଁ ୧୨ ହଜାର ୨ ଶହ ୨୯ ଜଣ ଓ ଏମ୍ବିଏ ପାଇଁ ୧୦ ହଜାର ୬ ଶହ ୭୪ ଜଣ ଆବେଦନ କରିଛନ୍ତି ।

Advertisment

ତେବେ ମୋଟ୍ ୬୧ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଜୁଲାଇ ୪ ରୁ ୮ ତାରିଖ ଯାଏ ଦିନକୁ ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ ରୁ ୧୧ଟା ପ୍ରଥମ ସିଟିଂ, ୧୨ଟା ୩୦ ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଏବଂ ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା ହେବ ।

କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ବଢି ଚାଲିଥିବାବେଳେ, ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ଶାରୀରିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓଜେଇଇ ପକ୍ଷରୁ ଜରୁରୀ କରାଯାଇଛି ।

Advertisment
OJEE Odisha Joint Entrance Examination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ