Advertisment

ମାଗଣା ଲାପ୍‌ଟପ୍‌ ସ୍କିମ୍: ଆବେଦନ ତାରିଖ ଘୁଞ୍ଚାଇଲେ ଓଡ଼ିଶା ସରକାର

ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଁ ଯୁକ୍ତ ୨ ପାସ୍‌ କରିଥିବା ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତୃତୀୟ ଥର ପାଇଁ  ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Free laptop scheme

Free laptop scheme

Advertisment

ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ଅବଧିକୁ ମେ’ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ବର୍ତ୍ତମାନ ସୁଦ୍ଧା ଆବେଦନ କରି ପାରିନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Advertisment

ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଁ ଯୁକ୍ତ ୨ ପାସ୍‌ କରିଥିବା ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତୃତୀୟ ଥର ପାଇଁ  ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୧୦ ଥିଲା। ହେଲେ ଏବେ ଏହି ଅବଧିକୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। 

କେବଳ ୧୫ ହଜାର ଛାତ୍ରଛାତ୍ରୀ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନେଇ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନାଁ ପ୍ରକାଶ ପାଇଥିଲା।  ଏହି ଯୋଜନା ଅଧୀନରେ ଲାପ୍‌ଟପ୍‌ କିଣିବା ପାଇଁ ଯୋଗ୍ୟ ବିବେଚିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର। 

Advertisment

Aadhaar Enabled Payment System ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କା DBT(Direct Benefit Transfer) କରାଯିବ। 

Advertisment

କେମିତି କରିବେ ଆବେଦନ...

ଯୋଗ୍ୟ ବିବେଚିତ ମେଧାବୀ ଛାତ୍ରଛାତ୍ରୀ ଓଡ଼ିଶା ସରକାରଙ୍କ ସ୍କଲାରଶିପ୍‌ ପୋର୍ଟାଲର ଅଫିସିଆଲ ୱେବ୍‌ସାଇଟ୍‌(https://scholarship.odisha.gov.in)କୁ ଯାଇ ଆବେଦନ କରିପାରିବେ। 

Biju Yuva Sashaktikaran Yojana Free Laptop Scheme Odisha Higher Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ