Odisha govt to provide uniforms for class 9 and 10 students
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବ। ଏନେଇ ସବୁ ଜିଲ୍ଲାପାଳ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ୟୁନିଫର୍ମ ମିଳିବ।
ଦୁଇ ହଳ ୟୁନିଫର୍ମ ସହ ହଳେ ଜୋତା, ୨ ହଳ ମୋଜା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୫ ସୁଦ୍ଧା ୟୁନିଫର୍ମ ସଂଗ୍ରହ ଓ ବିତରଣ ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଗୋଟିଏ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ରହିଛି ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ। ଏହାସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍ ପ୍ୟାଣ୍ଟ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ।
ସୂଚନାଥାଉ କି, ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ଓ ମୋଜା ମିଳୁଥିଲା। ହେଲେ ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ପୋଷାକ, ଜୋତା ଓ ମୋଜା କ୍ରୟ ଏବଂ ବିତରଣ ପାଇଁ ବ୍ଲକ ସ୍ତରରେ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି।
ତେବେ ଏହି କମିଟି ନେତୃତ୍ୱରେ ସ୍ୱୀକୃତିପ୍ରାପ୍ତ ଏସ୍ଏଚ୍ଜିଙ୍କୁ ପୋଷାକ ଗୁଡ଼ିକ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହ ଜୋତା, ମୋଜା ସଂଗ୍ରହ କରି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବେ। ଜଣେ ପିଲାଙ୍କୁ ବର୍ଷକ ପାଇଁ ଦୁଇ ହଳ ପୋଷାକ, ହଳେ ଜୋତା, ମୋଜା ପ୍ରଦାନ କରାଯିବ। ତେବେ ଏହା କିଭଳି ଭାବେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ ସେନେଇ ମଧ୍ୟ ଧ୍ୟାନ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1689048056.jpg)