Advertisment

Transfer Calendar Revised: ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ପରିବର୍ତ୍ତନ: ଶୀଘ୍ର କରନ୍ତୁ ଆବେଦନ, ଏହି ଦିନ ଶେଷ ତାରିଖ...

ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡରକୁ ନେଇ ବଡ଼ ଅପଡେଟ୍ । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନର ସମୟ ସୀମା ବୃଦ୍ଧି ହୋଇଛି । ପୋର୍ଟାଲ ଜରିଆରେ ଆବେଦନ ପାଇଁ ପୂର୍ବ ତାରିଖ ପରିବର୍ତ୍ତନ କରାଯାଇ ଜୁନ ୬କୁ ବୃଦ୍ଧି ହୋଇଛି ।

ଅଦ୍ୟତନ ହୋଇଛି
Calender Changed

Calender Changed

Advertisment

ଟ୍ରାନ୍ସଫର ନେବାକୁ ଚାହୁଁଥିବା ଶିକ୍ଷକଙ୍କ ପାଇଁ ଖୁସି ଖବର । ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି ମିଳିଛି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଶିକ୍ଷକ ଶିକ୍ଷୟିତ୍ରୀ । ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ ବୋଲି ସୂଚନା ଦିଆଯାଇଛି ।  ଏନେଇ ସମସ୍ତ ବିଇଓଙ୍କୁ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିଜର ବଦଳି ତାଲିକା ଜୁଲାଇ ୧୮ରେ ଦେଖିପାରିବେ ଆବେଦନ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ । ଓସେପା (OSEPA)  ୱେବସାଇଟରେ ତାଲିକା ପ୍ରକାଶ ପାଇବ ।

Advertisment

ବଦଳି ପାଇଁ ଆବେଦନ କରିବାକୁ ଥିବା ଶିକ୍ଷକମାନେ, ଯେଉଁମାନେ ସ୍ଥାନୀୟ ବିଧାୟକଙ୍କ ସୁପାରିଶ ଚାହୁଁଥିଲେ ତାହା ମିଳିବାରେ ବିଳମ୍ବ ହୋଇଥିବା ଅନୁମାନ କରାଯାଉଛି । ଯେଉଁ କାରଣରୁ  ବଦଳି ଆବେଦନ ପାଇଁ ସମୟସୀମା ବୃଦ୍ଧି କରାଯାଇଥିବା କୁହାଯାଉଛି । ଏହାଦ୍ୱାରା ଆବେଦନ କରିବାରୁ ବଞ୍ଚିଯାଇଥିବା ଶିକ୍ଷକମାନେ ମଧ୍ୟ ଲାଭବାନ ହେବେ ।  

ଅଧିକ ପଢନ୍ତୁ : ବାଲେଶ୍ବରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଅଧା ସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ

Advertisment
School And Mass Education Department Primary Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ