Advertisment

ମାଟ୍ରିକ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ କାର୍ଯ୍ୟଦକ୍ଷ କରିବାକୁ ବ୍ଲୁ ପ୍ରିଣ୍ଟ

ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।

ଅଦ୍ୟତନ ହୋଇଛି
undefined

School Dropout

Advertisment

ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ । ଯୋଜନା ଅନୁସାରେ, ଦଶମ ଫେଲ୍ ତଥା ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ।

Advertisment

ଏଥିପାଇଁ ବିଭାଗ ଖୁବଶୀଘ୍ର ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲରୁମ ଆଣ୍ଡ ଟ୍ରେନିଂ ସେଣ୍ଟର-CTTC ସହ ସଭାଗିତା କରିବ । ଆଜି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍.ଙ୍କ ସହ CTTC ପରିଦର୍ଶନ ପରେ ଏଭଳି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । ସେ କହିଛନ୍ତି, ବିଭିନ୍ନ ଜିଲ୍ଲାର ଦଶମ ଫେଲ ତଥା ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇ ଭୋକେସନାଲ ଟ୍ରେନିଂ ଲାଗି କାଉନସେଲିଂ କରାଯିବ । ଆଗ୍ରହୀ ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ୩ରୁ ୬ ମାସିଆ ଟ୍ରେନିଂ ଦିଆଯିବ ।

ଏପଟେ CTTC କହିଛି, ବହୁ ପୂର୍ବରୁ ଏହା ଦଶମ ଡ୍ରପ୍ ଆଉଟଙ୍କୁ ଧନ୍ଦାମୂଳକ ତାଲିମ ଦେଇଆସୁଛି । ଏବେ ମେସିନ ଅପରେଟର, ଏସି ଟେକ୍ନିସିଆନ, ମୋବାଇଲ ଫୋନ୍ ରିପାୟାରିଂ ଭଳି କ୍ଷେତ୍ରରେ ବହୁ କୁଶଳୀ ମାନବସମ୍ବଳର ଚାହିଦା ରହିଛି । ରାଜ୍ୟର ଦଶମ ଡ୍ରପ୍‌ ଆଉଟ୍ ଛାତ୍ରଛାତ୍ରୀମାନେ ସିଟିଟିସିରେ ଟ୍ରେନିଂ ନେଇ ଏହାର ଫାଇଦା ଉଠାଇପାରିବେ ।

Advertisment

ସରକାରୀ ତଥ୍ୟ କହୁଛି, ୨୦୧୯ରେ ରାଜ୍ୟରେ ୯ ହଜାର ୫୦୨ ଜଣ ଛାତ୍ରଛାତ୍ରୀ ଦଶମରେ ଅଧାରୁ ପାଠ ଛାଡ଼ିଥିବା ବେଳେ ୨୦୨୦ରେ ଡ୍ରପ ଆଉଟ୍‌ଙ୍କ ସଂଖ୍ୟା ୧୧ ହଜାର ୬୪୫ ଓ ୨୦୨୨ରେ ୪୪ ହଜାର ୨୪୫କୁ ବୃଦ୍ଧି ଘଟିଥିଲା । ଏଭଳି ସ୍ଥିତିରେ ଡ୍ରପ ଆଉଟ୍‌ଙ୍କ ପ୍ରଶିକ୍ଷଣ କେତେ ଲାଭଦାୟକ ହେବ, ତା’ଉପରେ ନଜର ।

School Dropout Education System Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ