odisha government schools class room to be change
ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍ ଶ୍ରେଣୀ ଗୃହର ହେବ ନବକଳେବର। ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ
କରିବେ ଲେଖାପଢ଼ା। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
କେବଳ ଏତିକି ନୁହେଁ, ଡେସ୍କ, ଆଲମାରୀ, ଗ୍ରୀନ ବୋର୍ଡ, ପ୍ରଦର୍ଶନ ବୋର୍ଡ, ରାକ୍, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍, କାନ୍ଥ ଚିତ୍ର ସହ ବୈଦ୍ୟୁତିକ ଉପକରଣ ସାଙ୍ଗକୁ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ନୂଆ ହେବ। ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ଅନୁକୂଳ ବାତାବରଣ ତିଆରି ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୬ ହଜାରରୁ ଅଧିକ ସ୍କୁଲ୍କୁ ଏହି ଅଭିଯାନରେ ସାମିଲ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1691635417.jpg)