Advertisment

ଖୁସି ଖବର: ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବନି

ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTETରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ଅଦ୍ୟତନ ହୋଇଛି
OTET exam 2023

Odisha extends validity of OTET

Advertisment

ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଥରେ OTET(Odisha Teacher Eligibility Test)ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ OTETର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି।

Advertisment

ଯେଉଁ ପ୍ରାର୍ଥୀ ଥରେ OTETରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ OTETରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସବୁଠାରୁ ବଡ଼ କଥା, ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ହ୍ୟାଣ୍ଡେଲରୁ ସକାଳ ୧୦ଟା ୨୨ ମିନିଟ୍‌ରେ ଟ୍ୱିଟ୍‌ କରାଯାଇଥିଲା। ହେଲେ ପରେ ଏହାକୁ ଡିଲିଟ୍‌ କରି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ପୁଣି ଅପରାହ୍ଣ ୪ଟା ୮ ମିନିଟ୍‌ରେ ଏନେଇ ଟ୍ୱିଟ୍ କରାଯାଇଥିଲା। 

Advertisment
Odisha extends validity of OTETବଦଳିଲା OTET ନିୟମ
 

OTET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ