Advertisment

ଓଡ଼ିଆରେ ଦେଇ ହେବ ଓଏଏସ ପରୀକ୍ଷା

ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଚିଠି

ଅଦ୍ୟତନ ହୋଇଛି
OAS Exam

oas exam

Advertisment

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ମାନେ ଚାହିଁଲେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଯେଉଁଥିରେ ଉଲ୍ଲେଖ ଅଛି ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ ।

Advertisment

ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହେଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା ।

ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ ।

Advertisment

ତେବେ ବର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ । ଫଳରେ ଏବେ ଓଏଏସ୍‌ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ । ଏହି ନିର୍ଦ୍ଦେଶନାମା ପରଠୁ ଓଏଏସ୍ ପରୀକ୍ଷା ଦେବାକୁ ଥିବା ଆଶାୟୀମାନେ ବେଶ୍‌ ଖୁସ୍‌ ଅଛନ୍ତି ।

OPSC Oas Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ